• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ପୁଣି ଅଶାନ୍ତ ହେଲା ଆଫଗାନିସ୍ତାନର ରାଜଧାନୀ । କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାବୁଲର ମିଲଟାରୀ ହସ୍ପିଟାଲ ନିକଟରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଛି ।

ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ତେବେ ଏହି ଆକ୍ରମଣ ପଛରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନଙ୍କ ହାତ ମଧ୍ୟ କୁହାଯାଉଛି । ବିସ୍ଫୋରଣ ହେବା ପରେ ଲୋକେ ଜୀବନ ବିକଳରେ ଏପଟସେପଟ ହୋଇ ଦଉଡ଼ି ପଳାଇଥିବା ଦେଖିବାକୁ ମିଳିଛି ।

ରାଜଧାନୀରେ କାବୁଲରେ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ଏକ ମିଲଟାରୀ ହସ୍ପିଟାଲ ଉପରେ ଆକ୍ରମଣ ହୋଇଥିବା ବଖତ୍ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି । ହସ୍ପିଟାଲ ପ୍ରବେଶ ପଥରେ ଜଣେ ଆଇଏସ୍ ଆତଙ୍କବାଦୀ ନିଜକୁ ବିସ୍ଫୋରଣ ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ଏହାସହ ଆଉ କିଛି ଆତଙ୍କୀ ବିଲଡିଂରେ ପ୍ରବେଶ କରିଥିବା ଜଣାପଡ଼ିଛି ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ହସ୍ପିଟାଲର ପ୍ରବେଶ ପଥ ନିକଟରେ ଦୁଇଟି ବିସ୍ଫୋରଣ ଘଟିଥିଲା ​​ଏବଂ ପରେ ଡାକ୍ତରଖାନା ଭିତରେ ଗୁଳି ବିନିମୟ ହୋଇଥଲା । ବିସ୍ଫୋରଣରେ ୧୯ ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ ୫୦ ଆହତଙ୍କୁ କାବୁଲର ଡାକ୍ତରଖାନା ନେଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ । ସେପଟେ ବର୍ତ୍ତମାନ ତାଲିବାନ ସରକାର ଆଫଗାନିସ୍ତାନରେ ସ୍ଥିରତା ଆଣିବା ପ୍ରୟାସ ଜାରି ରଖିଛନ୍ତି ।