Advertisment

ମାନସିକ ଅବସାଦରୁ ମୁକ୍ତି ଦେବ ଏହି ଡିଭାଇସ୍

ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି।

author-image
Pramod Behera
Device will release depression

Device will release depression

ନ୍ୟୁୟର୍କ : ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି। ଆମେରିକାର ନ୍ୟୁୟର୍କରେ ରହୁଥିବା ସାରାଙ୍କ ସହିତ ଏଭଳି ହୋଇଛି। ସବୁ ପ୍ରକାର ଚିକିତ୍ସା ପରେ ମଧ୍ୟ ଏଥିରୁ ମୁକ୍ତି ନ ମିଳିବାରୁ ସାରା ଉପାୟରୁ ଉପକୃତ ହୋଇଥିବା ଜଣାଯାଇଛି। ମସ୍ତିଷ୍କକୁ ଉତ୍ତେଜନା କରିବା ପାଇଁ ଏଥିରେ ପ୍ରତିରୋପିତ ଇଲେକ୍ଟ୍ରୋଡ୍ କିମ୍ବା ପତଳା ଇନ୍‌ସୁଲେଟେଡ୍ ତାର ବ୍ୟବହାର ହୋଇଛି। 

Advertisment
Device will release depressionମାନସିକ ଅବସାଦରୁ ମୁକ୍ତି ଦେବ ଏହି ଡିଭାଇସ୍

ସାରାଙ୍କ ମସ୍ତିଷ୍କରେ ସ୍ୱତନ୍ତ୍ର ଡିଭାଇସ୍ ପ୍ରତିରୋପଣ କରାଯାଇଥିଲା। ଏହି ଡିଭାଇସଟି ଗୋଟିଏ ଦିଆସିଲି ଖୋଳ ଭଳି ବଡ। ସାରା ହେଉଛନ୍ତି ୟୁନିଭର୍ସିଟି ଅଫ୍‌ କାର୍ଲିଫର୍ନିଆ ସେନ୍ ପ୍ରାନ୍ସିସ୍କୋର ପ୍ରୟୋଗାତ୍ମକ ଉପଚାରର ପ୍ରଥମ ପ୍ରତିଭାଗୀ। ତେବେ ଏହି ଡିଭାଇସ୍ ଲଗାଯିବାର ୧୨ ଦିନ ପରେ ସାରାଙ୍କ ବିଷାଦ ପରିମାଣ ୩୩ରୁ ଖସି ୧୪ ହୋଇଥିଲା ଏବଂ ଆଉ କିଛି ମାସ ପରେ ଏହା ୧୦ ପର୍ଯ୍ୟନ୍ତ ପଳେଇ ଆସିଥିଲା।

Advertisment

ଉତ୍ତରୀ କାର୍ଲିଫର୍ନିଆର ୩୮ ବର୍ଷୀୟା ସାରା କୁହନ୍ତି ଯେ ସେ ଦୀର୍ଘଦିନ୍ ଧରି ଅବସାଦରେ ରହୁଥିଲେ। ଗତ ବର୍ଷ ଆଗଷ୍ଟରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିବା ସେ କୁହନ୍ତି। ଏବେ ଆତ୍ମହତ୍ୟାରୁ ତାଙ୍କ ମନ ଫେରିଆସିଛି। ଅବସାଦ ମଧ୍ୟ କମିଯାଇଛି। ଏବେ ସେ ଡାଟା ଆନାଲିସିସ୍ କ୍ଲାସ୍‌ ନେଉଛନ୍ତି।

ମନୋଚିକିତ୍ସକ ଡା. କ୍ୟାଥେରିନ୍ ସ୍କେନ୍‌ଗୋସ୍ କହିଛନ୍ତି ଯେ ସାରାଙ୍କ ପାଇଁ ଯେଉଁ ଉପାୟ ଆପଣାଗଲା ତାହା ଡିପ୍ ବ୍ରେନ୍ ଷ୍ଟିମୁଲେସନର ଏକ ପ୍ରକାର। ଚିକିତ୍ସାର ପ୍ରଚଳିତ ମାଧ୍ୟମରେ ୪ ରୁ ୮ ସପ୍ତାହ ପରେ ଏଥିରେ ପ୍ରଭାବ ଜଣାପଡେ। କିନ୍ତୁ ଏହି ଉପାୟରେ ତତ୍କାଳ ଜଣାପଡିଥାଏ।

ଏହି ପରୀକ୍ଷଣ ସମୟରେ, ବିଶେଷଜ୍ଞମାନେ ଉଦାସୀନତା ସହିତ ଜଡିତ ପାର୍ଟନଗୁଡ଼ିକୁ ଚିହ୍ନଟ କରିବା ପାଇଁ କ୍ରମାଗତ ୧୦ ଦିନ ଇଲେକ୍ଟ୍ରୋଡ୍ ପ୍ରୟୋଗ କରି ସାରାଙ୍କ ମସ୍ତିଷ୍କକୁ ପରୀକ୍ଷା କରିଥିଲେ। ଡିଭାଇସ୍ ଏପରି ଭାବରେ ସେଟ୍ କରାଯାଇଥିଲା ଯେ ଉଦାସୀନତାର ଏକ ପାର୍ଟନ ଦେଖାଯିବା ମାତ୍ରେ ଏହା ମାତ୍ର ୬ ସେକେଣ୍ଡ୍ ମସ୍ତିଷ୍କକୁ ଷ୍ଟିମୁଲେସନ୍ ଦେବ। ଏହା ଅବସାଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପଗୁଡିକୁ ବନ୍ଦ କରିଦେବ।

Brain Pacemaker Depression America
Advertisment
Advertisment