Advertisment

‘କୋମଳମତି ବୟସରେ ମୋ ସହ ଦୁଷ୍କର୍ମ କରିଥିଲେ ମାରାଡୋନା’

ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍‌ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Maradona

Maradona

ବହୁ ଚର୍ଚ୍ଚିତ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳି ଡିଏଗୋ ମାରାଡୋନାଙ୍କ ମୃତ୍ୟୁକୁ ପ୍ରାୟ ଏକ ବର୍ଷ ବିତିଗଲାଣି । କିନ୍ତୁ ଏବେ ବି ବିବାଦ ତାଙ୍କ ପିଛା ଛାଡ଼ିନି । ମୃତ୍ୟୁ ପରେ ବି ତାଙ୍କୁ ନେଇ ବିବାଦ ଦେଖାଦେଇଛି । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ସେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ମୃତ୍ୟୁର ଏକ ବର୍ଷ ପରେ ମାରାଡୋନାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କ୍ୟୁବାର ଜଣେ ମହିଳା । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ୧୬ ବର୍ଷ ବୟସରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ । ଆଉ ମାରାଡୋନା ହିଁ ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ତାଙ୍କ ପିଲାଦିନ ତାଙ୍କଠାରୁ ଛଡ଼ାଇ ନେଇଥିଲା ।

Advertisment

ତେବେ ଏଭଳି ଅଭିଯୋଗ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଏବେ ଆସନ୍ତୁ ଜାଣିବା ପୁରା କାହାଣୀ..

ଭେଟ୍‌ଘାଟ୍‌

କ୍ୟୁବାର ଏକ ମେଡିକାଲରେ ଉଭୟଙ୍କ ଭେଟଘାଟ

୩୭ ବର୍ଷୀୟ ମାଭିସ୍ ଆଲଭରେଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରାୟ ୨୦ ବର୍ଷ ପୂର୍ବେ ମାରାଡୋନା ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ୨୦୦୧ ରେ ମାରାଡୋନାଙ୍କ ସହ ଆର୍ଜେଣ୍ଟିନା ଯାତ୍ରା କରିଥିଲେ ଆଲଭରେଜ । ଆଉ ସେତେବେଳେ ହିଁ ଏଭଳି କାଣ୍ଡ ଘଟାଇଥିଲେ ମାରାଡୋନା । ମହିଳାଙ୍କ କହିବାନୁଯାୟର, ମାରାଡୋନାଙ୍କ ସହ ତାଙ୍କର ସାକ୍ଷାତକାର କ୍ୟୁବାର ଏକ ମେଡିକାଲରେ ହୋଇଥିଲା । ସେତେବେଳେ ସେ ଅତ୍ୟନ୍ତ ଡ୍ରଗ୍ସ ସେବନ କରୁଥିଲେ । ଆଉ ସେଥିରୁ ମୁକ୍ତି ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

Advertisment

ବୟାନ

‘ମୋ ପିଲାଦିନ ଛଡ଼ାଇ ନିଆଯାଇଛି’

ମହିଳାଙ୍କ କହିବାନୁଯାୟୀ, ହୱାନାର ଏକ କ୍ଲିନିକ୍‌ରେ ଯେତେବେଳେ ମାରାଡୋନା ଚିକିତ୍ସିତ ହେଉଥିଲେ, ସେତେବେଳେ ସେହି କ୍ଲିନିକ୍‌ରେ ହିଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ସମୟରେ ଯେତେବେଳେ ସେ ଚିତ୍କାର କରିବାକୁ ଚେଷ୍ଟା କରିଥିଲେ, ମାରାଡୋନା ତାଙ୍କ ପାଟି ବନ୍ଦ କରିଦେଇଥିଲେ । କିନ୍ତୁ ଏବେ ସେହି ସବୁ ବିଷୟରେ ଅଧିକ କିଛି ଭାବିବାକୁ ଚାହାନ୍ତି ନାହିଁ ବୋଲି ଆଲଭାରେଜ୍‌ କହିଛନ୍ତି । ମୋଠାରୁ ମୋର ପିଲାଦିନ ଛଡ଼ାଇ ନିଆଯାଇଥିଲା । ଏହା ଅତ୍ୟନ୍ତ କଷ୍ଟ ଦାୟକ ଥିଲା । ମୁଁ ମୋର ପିଲା ଦିନକୁ ଅନୁଭବ କରିପାରିଲି ନାହିଁ ବୋଲି ଅତି ଦୁଃଖର ବିଷୟ କହିଛନ୍ତି ।

ପ୍ରାୟ ଚାରି ବର୍ଷ ଧରି ହାୱାନାରେ ମାରାଡୋନା ରହୁଥିବାବେଳେ ଆଲଭରେଜଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । କିନ୍ତୁ ଆଲଭରେଜ କହିଛନ୍ତି ଯେ, ମାରାଡୋନା ତାଙ୍କ ସହ ଥରେ ଜବରଦସ୍ତି କରିଥିଲେ ।

ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍‌ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।

ଗତ ବର୍ଷ ହୋଇଥିଲା ମାରାଡୋନାଙ୍କ ମୃତ୍ୟୁ

ଗତ ବର୍ଷ ୨୫ ନଭେମ୍ବରରେ ମାରାଡୋନାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ମାରାଡୋନା କ୍ରମାଗତ ଭାବେ ନିଶା ସେବନ କରୁଥିଲେ । ତେଣୁ ତାଙ୍କ ଶରୀର ଅତ୍ୟଧିକ ଓଜନିଆ ହୋଇଯାଇଥିଲା ।

Diego Maradona Footballer
Advertisment
Advertisment