• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଇଞ୍ଜେକ୍ସନ ନେଲେ ପିଲା ହେବେ ସୁପର କିଡ୍!

  • କୌଣସି ବି ରୋଗ କିଛି ହାନୀ ପହଞ୍ଚାଇବ ନାହିଁ

ବେଜିଂ: ସାରା ବିଶ୍ୱକୁ ପୁଣି ଆଶ୍ଚର୍ଯ୍ୟଚକିତ କଲା ଚୀନ । କରୋନାର ବିସ୍ତାର ପାଇଁ ଚୀନ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଥମି ମଥିବା ବେଳେ ଏବେ ଆଉ ଏକ ଖବର ଶୁଣି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହୋଇପଡିଛି । କରୋନାକୁ ଜାଣିଶୁଣି ବିସ୍ତାର କରିବା ନେଇ ଥିବା ଅଭିଯୋଗକୁ ଚୀନ ବାରମ୍ବାର ଖଣ୍ତନ କରିବାରେ ଲାଗିଛି । ଏବେ ଚୀନରେ ଏକ ଅଜବ ଖବର ଶୁଣିବାକୁ ମିଳିଛି । ତେବେ କ’ଣ ରହିଛି ସେହି ଖବର, ଆସନ୍ତୁ ଜାଣିବା ।

ସୂଚନା ମୁତାବକ ଚୀନବାସୀ ମାନେ ଏଣୁତେଣୁ ସବୁ ଜୀବଙ୍କୁ ଖାଇବା ଫଳରେ ପଶୁଙ୍କ ଠୁ ମଣିଷକୁ ବିଭିନ୍ନ ପ୍ରକାରର ଭାଇରାସ ବ୍ୟାପୁଥିବାର କୁହାଯାଉଛି । ନୂଆ ଖବର ଅନୁଯାୟୀ ଚୀନରେ ପିତାମାତା ମାନେ ପିଲାଙ୍କୁ କୁକୁଡା ରକ୍ତର ଇଞ୍ଜେକ୍ସନ ଦେଉଛନ୍ତି । ତେବେ ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ଅତ୍ୟନ୍ତ ଚକିତକର ।

ଚୀନ ନିଜର ଅଜବ ଖାଦ୍ୟ ଖାଇବା ନେଇ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ ରହିଛି । ଏଠାରେ କୁକୁର ମାଂସ ଠାରୁ ଆରମ୍ଭ କରି ବାଦୁଡି ମାଂସ ଯାଏଁ ସମସ୍ତଙ୍କୁ ବେଶ ଆନନ୍ଦର ସହ ଖାଉଥିବାର ଦେଖିବାକୁ ମିଳିଛି । କରୋନାର ଉତ୍ପତ୍ତି ପରଠୁ ଏଠାରେ ଅନେକ ମାଂସ ଉପରେ ନିଷେଧାଦେଶ ଲଗାଯାଇଥିଲେ ମଧ୍ୟ ଏଯାଏଁ କୌଣସି ବିଶେଷ ପାର୍ଥକ୍ୟ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ପିତାମାତା ମାନେ ପିଲାଙ୍କୁ କୁକୁଡା ରକ୍ତର ଇଞ୍ଜେକ୍ସନ ଲଗାଉଥିବାର ଶୁଣିବାକୁ ମିଳିଛି । ଶୁଣିବାକୁ ମିଳୁଛି ଯେ ଏହି ଇଞ୍ଜେକ୍ସନ ଲଗାଇବା ପରେ ପିଲାମାନେ ‘ସୁପର କିଡ’ ହୋଇଯାଉଛନ୍ତି ଏବଂ ସେମାନଙ୍କର କୌଣସି ଅସୁବିଧା ମଧ୍ୟ ହେଉନାହିଁ ।

ଏହି ଇଞ୍ଜେକ୍ସନକୁ ନେଇ ଚାଇନାର ଲୋକମାନେ ପାଗଳ ହୋଇଯାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିଲାଙ୍କୁ କୌଣସି ରୋଗ ହୋଇନଥିଲେ ମଧ୍ୟ ସେମାନଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଉଛି । ଏମିତିକି ବ୍ଲାକ୍‌ରେ କିଣି ପିଲାଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଉଛି । ଚୀନବାସୀଙ୍କ ବିଶ୍ୱାସ ଯେ ଏହି ଇଞ୍ଜେସ୍କନ ଲଗାଇବା ଦ୍ୱାରା ପିଲାଙ୍କୁ ଦୀର୍ଘ ଜୀବନ ମିଳିବ ।

ଏହାକୁ ନେଇ ଚୀନର ଲୋକମାନେ କହିଛନ୍ତି ଯେ କୁକୁଡା ରକ୍ତର ଇଞ୍ଜେକ୍ସନ ସେମାନଙ୍କ ପିଲାମାନଙ୍କୁ ପ୍ରତ୍ୟେକ ରୋଗରୁ ରକ୍ଷା କରିବ। କେବଳ କାଶ ଏବଂ ଥଣ୍ଡା ନୁହେଁ ବରଂ କର୍କଟ ଭଳି ରୋଗରୁ ମୁକ୍ତି କରିବ । ଏଥିପାଇଁ ଦିଆଯାଉଥିବା ଏହି ଛୁଞ୍ଚି ଅତ୍ୟନ୍ତ ପ୍ରଭାବଶାଳୀ । ଯେଉଁ ପିଲାମାନେ କୁକୁଡା ରକ୍ତର ଇଞ୍ଜେକ୍ସନ ନେଉଛନ୍ତି, ସେମାନେ ଭବିଷ୍ୟତରେ କର୍କଟ ଏବଂ ଭଳି ଅନ୍ୟ ରୋଗର ଶିକାର ହେବେ ନାହିଁ । ଏହାକୁ ନେଇ ବୈଜ୍ଞାନିକ ପରୀକ୍ଷା ଆବଶ୍ୟକ ନାହିଁ ।