• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତ ପାଇଁ ବଢ଼ିବ ଟେନସନ୍

  • ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଭୂମାଫିଆ ଚୀନ୍

ବେଜିଂ : ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଭୂମାଫିଆ ଚୀନ୍ । ସମୁଦ୍ରରେ ଜାଲ ବିଛାଇବା ଆରମ୍ଭ କରିଛି ଡ୍ରାଗନ୍ । ଚୀନ୍ ଜାଣିଶୁଣି ସବୁବେଳେ ପାକିସ୍ତାନକୁ ସମର୍ଥନ କରିବା ସହ ଏବେ ଇମ୍ରାନ୍ ସରକାରଙ୍କୁ ଏକ ବିନାଶକାରୀ ଯୁଦ୍ଧପୋତ ପ୍ରଦାନ କରିଛି । ଯାହା ପାକିସ୍ତାନର ନୌସେନାର ଶକ୍ତିକୁ ବହୁଗୁଣିତ କରିବ । ଚୀନ୍ ସରକାରୀ ମିଡିଆ ଅନୁସାରେ ପାକିସ୍ତାନକୁ ନୂତନ ତଥା ଉନ୍ନତ ଯୁଦ୍ଧ ଜାହାଜ ପ୍ରଦାନ କରିଛି ବେଜିଂ । ଚାଇନା ଷ୍ଟେଟ ସିପବିଲଡିଂ କର୍ପୋରେସନ ଲିମିଟେଡ (ସିଏସଏସସି) ଦ୍ୱାରା ଡିଜାଇନ୍ ହୋଇଥିବା ନିର୍ମିତ ଯୁଦ୍ଧ ଜାହାଜକୁ ସାଂଘାଇରେ ଏକ କମିଶନ ସମାରୋହରେ ପାକିସ୍ତାନ ନୌସେନାକୁ ହସ୍ତାନ୍ତର କରାଯାଇଛି ।

ପାକିସ୍ତାନୀ ନୌସନା ଏହି 054A / P ଯୁଦ୍ଧପୋତକୁ ପିଏନ୍‌ଏସ୍ ତୁରଗିଲ ନାମରେ ନାମିତ କରିଛି । ତୁରଗିଲ ଚାରି ପ୍ରକାରର 054 ଯୁଦ୍ଧପୋତର ପ୍ରଥମ ଭାଗ ଅଟେ, ଆଉ ଏହାକୁ ପାକିସ୍ତାନ ସେନା ପାଇଁ ନିର୍ମାଣ କରାଯାଇଛି । ୨୦୧୭ରେ ଉଭୟ ଦେଶ ମଧ୍ୟରେ 054 ଯୁଦ୍ଧପୋତ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଆଉ ଏହି ଚୁକ୍ତି ଅଧୀନରେ ଅଗଷ୍ଟ ୨୦୨୦ରେ ପ୍ରଥମ ଯୁଦ୍ଧପୋତ ପ୍ରସ୍ତୁତ କରାଯାଇଥିଲା, ବର୍ତ୍ତମାନ ଏହାର ପରୀକ୍ଷଣ କରାଯାଇଛି । ଚୀନ୍ ନୌସେନା ସମୁଦ୍ରରେ ଅତି କମରେ ୩୦ ପ୍ରକାର 054 ଯୁଦ୍ଧପୋତ ନିୟୋଜିତ କରିଛନ୍ତି ।

ନୂତନ ଯୁଦ୍ଧପୋତ ଚାଇନାର ପୁରୁଣା ଯୁଦ୍ଧ ଜାହାଜ ଅପେକ୍ଷା ଉନ୍ନତ ଧରଣର ହୋଇଥିବା ବେଳେ ବାୟୁ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିଥାଏ ବୋଲି ପିପୁଲ୍ସ ଲିବରେସନ୍ ଆର୍ମିର ନାଭାଲ୍ ରିସର୍ଚ୍ଚ ଏକାଡେମୀର ଜଣେ ବରିଷ୍ଠ ଗବେଷକ କହିଛନ୍ତି । ଏଥିରେ ଉନ୍ନତ ରାଡାର ବ୍ୟବସ୍ଥା ରହିଛି ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି ନୂତନ ଯୁଦ୍ଧପୋତ ।

ବାୟୁ ଓ ପାଣିରେ ମାରକ କ୍ଷମତା ସହ ସଜ୍ଜିତ ଏହି ଯୁଦ୍ଧ ପୋତ । ଏଥିରେ ଆତ୍ମରକ୍ଷା କ୍ଷମତା ଏବଂ ଯୁଦ୍ଧ ପରିଚାଳନା ସହିତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ମଧ୍ୟ ରହିଛି । ସେହିପରି ଟାଇପ୍ 054A / P ଯୁଦ୍ଧପୋତ ଯେକୌଣସି ପରିସ୍ଥିତିରେ ଯୁଦ୍ଧ ମିଶନ କରିପାରିବ ବୋଲି ପାକିସ୍ତାନୀ ପକ୍ଷରୁ କୁହାଯାଇଛି । ଏହି ଜାହାଜ ଚୀନ୍ ଦ୍ୱାରା ରପ୍ତାନୀ ହୋଇଥିବା ବେଳେ ସର୍ବବୃହତ ତଥା ଉନ୍ନତ ଯୁଦ୍ଧ ଜାହାଜ ଅଟେ।

Other Stories

  • Naveen Jagan Meet
    Politics 'ସୀମା ବିବାଦ' ପ୍ରସଙ୍ଗ ଉଠାଇବା ପାଇଁ ନବୀନଙ୍କୁ ବଡ଼ ସୁଯୋଗ !

    ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

  • cold wave Alert
    Weather ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା

    ସୁନ୍ଦରଗଡ଼ର କୋଇଡ଼ାରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। ଘନ କୁହୁଡ଼ି ସାଙ୍ଗକୁ କୋଇଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବଣାଇରେ ମଧ୍ୟ ଘନ କୁହୁଡ଼ି ଦେଖାଦେଇଛି। ପାଖକୁ ପାଖ ଦେଖାଯାଉନି।

  • Daily Horoscope,8 Oct 2021
    Lifestyle Daily Horoscope,9 Nov 2021: ଜାଣନ୍ତୁ ଆଜିର ରାଶିଫଳ…

    ଆଜି୨୦୨୧ ମସିହା, ନଭେମ୍ୱର ମାସ, ୯ ତାରିଖ, ମଙ୍ଗଳବାର ତୁଳା ୨୪ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ,ପଞ୍ଚମୀ ଭୁକ୍ତ, ଷଷ୍ଠୀ ତିଥି,ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

  • fire at Hospital
    National ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ

    ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।