Advertisment

୬୦ ହଜାର ଆଫଗାନବାସୀଙ୍କୁ ଉଦ୍ଧାର କରାଯିବ: ବାଇଡେନ୍

ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ  ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା।

author-image
Chandan Shishu
ଅଦ୍ୟତନ ହୋଇଛି
US President Joe Biden

US President Joe Biden

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ବର୍ବରତା ଉପରେ ଆମେରିକାର ରହିଛି କଡ଼ା ନଜର। ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଠିକ ଦର୍ଶାଇଛନ୍ତି। ବିନା କୌଣସି ହାନିରେ ସେ ଆଫଗାନିସ୍ତାନରେ ଥିବା  ପ୍ରତ୍ୟେକ ଆମେରକୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ଲାଗି ପୁଣି ଥରେ ଦୋହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନରୁ ପ୍ରାୟ ୧୩ ହଜାରରୁ ଅଧିକ ଲୋକଙ୍କୁ ଏୟାରଲିଫ୍ଟ କରି ଅଣାଯାଇଛି। ଆଗକୁ ଆଫଗାନିସ୍ତାରେ ଥିବା ସମସ୍ତ ଆମେରିକୀୟ ସମେତ ୫୦ରୁ ୬୦ ହଜାର ପର୍ଯ୍ୟନ୍ତ ଆଫଗାନବାସୀ ଯେଉଁମାନେ ଆମେରିକୀୟ ସୈନ୍ୟଙ୍କୁ ସାହାଯ୍ୟ କରିଥିଲେ, ସେମାନଙ୍କୁ ବି ଉଦ୍ଧାର କରାଯିବ ବୋଲି କହିଛନ୍ତି ବାଇଡେନ୍।

Advertisment

ସେପଟେ ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ  ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା। ପୂର୍ବ ସରକାରର ୩ ଜଣ ସେନା କମାଣ୍ଡରଙ୍କୁ ସର୍ବସମ୍ମୁଖରେ ଫାଶୀ ଦେଇଛି ତାଲିବାନ। 

ଜର୍ମାନୀର ଜଣେ ସାମ୍ବାଦିକଙ୍କୁ ନ ପାଇ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିଛି। ଘରକୁ ଘର ଯାଞ୍ଚ କରି ପୂର୍ବ ସରକାରଙ୍କ ସମର୍ଥକଙ୍କୁ ଖୋଜୁଛନ୍ତି ଏହାର ଆତଙ୍କବାଦୀ।  ଭାରତର ଦୁଇଟି କନ୍‌ସ୍ୟୁଲେଟରକୁ ମଧ୍ୟ ଭଙ୍ଗାରୁଜା କରିଛି ତାଲିବାନ।। ଏସବୁ ସତ୍ତ୍ୱେ  ତାଲିବାନୀଙ୍କ ବିରୋଧରେ ଆଫଗାନିସ୍ତାନରେ ତେଜିବାରେ ଲାଗିଛି ଲୋକଙ୍କ ଖୋଲା ବିରୋଧ।

Advertisment
Taliban Terrorists US President Joe Biden
Advertisment
Advertisment