Advertisment

ଯୁବକର ବର୍ବରତା; ପୂର୍ବତନ ପ୍ରେମିକାଙ୍କୁ ମାଡ ମାରି, ସୁଟ୍‌କେସ୍‌ରେ ଭରି ଫିଙ୍ଗିଦେଲା

କ୍ରୁରତା ଓ ନିଷ୍ଠୁରତାର ସୀମା ଡେଇଁଗଲେ ଯୁବକ। ନିଜ ପୂର୍ବତନ ପ୍ରେମିକା ସହ କଲେ ଏଭଳି ବର୍ବରତା। ଯୁବତୀଙ୍କୁ ପ୍ରଥମେ ଧୂମ ମାଡ ମାରିବା ସହିତ ସୁଟ୍‌କେସ୍‌ ଭିତରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ ଯୁବକ। ଅକାଳରେ ସୁଟ୍‌କେସ୍ ଭିତରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ। ଏହି ଘଟଣା ପରେ କୋର୍ଟ ଏହି ନିର୍ଦ୍ଦୟ ଯୁବକଙ୍କ ବିପକ୍ଷରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଶୁଣେଇଛନ୍ତି କଠୋର ଦଣ୍ଡ।

author-image
Pramod Behera
Brutal murder of ex-girlfriend

Brutal murder of ex-girlfriend

ନୂଆଦିଲ୍ଲୀ : କ୍ରୁରତା ଓ ନିଷ୍ଠୁରତାର ସୀମା ଡେଇଁଗଲେ ଯୁବକ। ନିଜ ପୂର୍ବତନ ପ୍ରେମିକା ସହ କଲେ ଏଭଳି ବର୍ବରତା। ଯୁବତୀଙ୍କୁ ପ୍ରଥମେ ଧୂମ ମାଡ ମାରିବା ସହିତ ସୁଟ୍‌କେସ୍‌ ଭିତରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ ଯୁବକ। ଅକାଳରେ ସୁଟ୍‌କେସ୍ ଭିତରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ। ଏହି ଘଟଣା ପରେ କୋର୍ଟ ଏହି ନିର୍ଦ୍ଦୟ ଯୁବକଙ୍କ ବିପକ୍ଷରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଶୁଣେଇଛନ୍ତି କଠୋର ଦଣ୍ଡ।

Advertisment

ସୂଚନା ମୁତାବକ ଆମେରିକାର ନ୍ୟୁୟର୍କସ୍ଥ କ୍ୱୀଂସରେ ଜଣେ ପ୍ରେମିକା କ୍ରୋଧର ବଶବର୍ତ୍ତୀ ହୋଇ ଏମିତି ସ୍ତରକୁ ଚାଲିଗଲେ ଯେ ସେ ତାଙ୍କ ପୂର୍ବତନ ପ୍ରେମିକାର ଜୀବନ ନେଇଗଲେ। ଏହି ମାମଲାରେ କୋର୍ଟ ୨୬ ବର୍ଷୀୟ ଜାଭିୟର୍ ଡା ରୋଜାସ୍‌ଙ୍କୁ ୩୦ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣେଇଛନ୍ତି । ଜାଭିୟର୍‌ ୨୦୧୯ରେ ନିଜର ପୂର୍ବତନ ପ୍ରେମିକା ୨୪ ବର୍ଷୀୟ ଭେଲେରୀ ରେୟେସଙ୍କୁ ବର୍ବରତାର ସହ ହତ୍ୟା କରିଥିଲେ।

Advertisment

କୁହାଯାଉଛି ଯେ ଭେଲେରୀ ଓ ଜାଭିୟରଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ଏହି ଅବସରରେ ଦିନେ ଜାଭିୟର ତାଙ୍କ ଗର୍ଲଫ୍ରେଣ୍ଡ ଭେଲେରୀଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ଜାଭିୟର ରାଗିଯାଇ ଭେଲେରୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଏହା ପରେ ସେ ଗୁରୁତର ହୋଇପଡିଥିଲେ। ଏତିକିରେ ତାଙ୍କ ମନ ଶାନ୍ତି ହେଲା ନାହିଁ ଯେ ସେ ଭେଲେରୀଙ୍କ ହାତ-ଗୋଡ ବାନ୍ଧି ତାଙ୍କୁ ଚୁପ୍‌ କରିବା ନେଇ ତାଙ୍କ ମୁହଁରେ ଟେପ୍ ଲଗେଇଦେଲେ। ତାଙ୍କୁ ଜୀଅନ୍ତା ସୁଟ୍‌କେସ୍‌ ଭିତରେ ଭର୍ତ୍ତିକରିଦେଲେ। ସୁଟ୍‌କେସ୍‌କୁ ଗାଡିରେ ପାଖାପାଖି ୨୦ କିଲୋମିଟର ଦୂରକୁ ନେଇ କନେକ୍ଟିକଟ୍ ପାଖରେ ଥିବା ଏକ ଜଙ୍ଗଲ ଭିତରେ ପିଙ୍ଗିଦେଲେ।

Brutal murder of ex-girlfriendପ୍ରେମିକାଙ୍କୁ ମାଡ ମାରି, ସୁଟ୍‌କେସ୍‌ରେ ଭରି ଫିଙ୍ଗିଦେଲା

ପୋଲିସ୍ ସୂଚନା ମୁତାବକ ଯୁବତୀଙ୍କ ମୃତ୍ୟୁ ସୁଟ୍‌କେସ୍ ଭିତରେ ହିଁ ହୋଇଛି। ଦୁଇ ଦିନ ପରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କଲା ପରେ ପୋଲିସ ଜାଭିୟରଙ୍କୁ ପଚରା ଉଚରା କରି ମାମାଲାର ପର୍ଦାଫାସ କରିଥିଲା। ଏକ ସପ୍ତାହ ପରେ ଯୁବତୀର ଶବକୁ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଥିଲା।

ଯାଞ୍ଚ ସମୟରେ ଜଣାପଡିଥିଲା ଯେ ହତ୍ୟା ପରେ ଜାଭିୟର୍ ଭେଲେରୀଙ୍କ ଲାପ୍‌ଟପ୍‌ ଓ ଡେବିଡ୍ କାର୍ଡ ଚୋରିକରି ନେଇଥିଲା। ସେ ଯୁବତୀଙ୍କ ଖାତାରୁ ପାଖାପାଖି ୪ ଲକ୍ଷ ଟଙ୍କା ଉଠେଇ ନେଇଥିଲେ। ପୋଲିସ୍ ଜାଭିୟରଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। କୋର୍ଟ ଏହି ମାମଲାର ଶୁଣାଣୀ କରି ଯୁବକଙ୍କୁ ୩୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣେଇଛନ୍ତି। ଅନ୍ୟପକ୍ଷରେ ଭେଲେରୀଙ୍କ ମା’ ହତ୍ୟାକାରୀଙ୍କୁ ଅଧିକରୁ ଅଧିକ ଦଣ୍ଡଦେବା ନେଇ ଅଭିଯୋଗ କରିଛନ୍ତି।

New York New Delhi Murder
Advertisment
Advertisment