• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମଇଳା ସ୍ଥାନରେ ମହଙ୍ଗା ପଡିଲା ଖେଳିବା

  • ପୋକ ପଶି ଖାଲି କରିଦେଲା ଶିଶୁର ମସ୍ତିଷ୍କ 

ୱାସିଙ୍ଗଟୋନ୍ : ଅଳିଆ ହେଲା କାଳ । ଆବର୍ଜନାରେ ଖେଳୁ ଖେଳୁ ଶିଶୁଟିର ମସ୍ତିଷ୍କରେ ପଶିଗଲା ପୋକ । ଆମେରିକା ସ୍ଥିତ ଟେକ୍ସାସ୍‌ର ଆର୍ଲିଙ୍ଗଟନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଗୋଟିଏ ଛୁଆର ମସ୍ତିଷ୍କରେ ଏକ ପୋକ ପଶିଯିବାରୁ ତାର ମୃତ୍ୟୁ ଘଟିଛି । ଏହି ପୋକଟି ଶିଶୁଟିର ଖପୁରୀ ମଧ୍ୟରେ ପ୍ରବେଶ କରି ମସ୍ତିଷ୍କ ମଧ୍ୟରେ ଥିବା ସବୁକିଛି ଅଂଶକୁ ଖାଇକି ଖୋଳ କରିଦେଇଥିଲା । ପୋକ ପଶିବାର  ପ୍ରାୟ ୬ ଦିନ ମଧ୍ୟରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ମସ୍ତିଷ୍କରେ ପୋକ ପଶିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । 

ଶିଶୁଟିର ମସ୍ତାଷ୍କରେ ‘ବ୍ରେନ୍‌ ଇଟିଙ୍ଗ ଅମିବା’ (Brain Eating Amoeba) ନାମକ ଏକ ପୋକ ପଶିଥିବାରୁ ତାର ମୃତ୍ୟୁ ହୋଇଛି । ଏହି ପୋକଟି ନାକ କିମ୍ୱା ପାଟି ମାଧ୍ୟମରେ ଶିଶୁଟିର ଶରୀରରେ ପ୍ରବେଶ କରିଥିଲା । ସେଠାରୁ ଅମିବା ପୋକ ତାର ମସ୍ତିଷ୍କକୁ ଯାଇ ସେଠାରେ ଥିବା ସବୁ ଅଂଶ ଖାଇଦେଇ ମସ୍ତିଷ୍କକୁ ଖାଲି କରିଦେଇଥିଲା ।

ତେବେ ଶିଶୁ ଠାରେ ଏକ ଅଜବ ଲକ୍ଷଣ ବାହାରିବା ପରେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବାର । ସେପ୍ଟେମ୍ୱର ମାସ ୫ ତାରିଖ ଆଡ଼କୁ  ପିଲାଟି ଆମୋବିକ୍ ମେନିଙ୍ଗୋଏନ୍ସଫାଲାଇଟିସରେ ରୋଗରେ ପୀଡିତ ବୋଲି ଜଣାପଡ଼ିଥିଲେ । ହସ୍ପିଟାଲରେ ଭର୍ତ୍ତି ହେବାର ୬ ଦିନ ମଧ୍ୟରେ ଆମୋବା ତାର ମସ୍ତିଷ୍କ ଖାଇ ଖାଲି କରିଦେଇଥିଲା । ଫଳରେ ପିଲାଟିର ଅବସ୍ଥା ଏତେ ଖରାପ ହୋଇଗଲା ଯେ ଶେଷରେ ତାର ମୃତ୍ୟୁ ହୋଇଗଲା ।

ସୂଚନା ଅନୁସାରେ, ପିଲାଟି ପାର୍କରେ ଥିବା ଆର୍ଟିଫିସିଆଲ୍‌ ଝରଣା (ସ୍ପ୍ଲାସ୍ ପ୍ୟାଡ୍)ରେ ଖେଳୁଥିଲା । କେବଳ ସେ ନୁହେଁ ବରଂ ଏହିପରି ଅନେକ ପିଲା ସେଠାରେ ଖେଳୁଥିଲେ । ସଠିକ୍ ଭାବରେ ସଫା ହୋଇନଥିଲା, ଯେଉଁ କାରଣରୁ ଏହି ଆମୋବା ଜୀବାଣୁ ରହିଥିଲା । ଖେଳିବା ସମୟରେ ଆମୋବା ପୋକଟି ତାଙ୍କ ମସ୍ତିଷ୍କରେ ପ୍ରବେଶ କରିଥିଲା ଯାହା ପରେ ତାର ଖପୁରୀର ସବୁ ଅଶଂ ଖାଇ ଖାଲି କରିଦେଇଥିଲା । ଏହି ଘଟଣା ପରେ ଟେକ୍ସାସର ସମସ୍ତ ଜଳପ୍ରପାତ ଥିବା ପାର୍କ ବନ୍ଦ ହୋଇଯାଇଛି ।

Boy Died After Brain Eating Amoeba Got Inside Skull Sankri

( splash pad )