Advertisment

ଆଫଗାନିସ୍ଥାନର ‘ବଚ୍ଚା ବାଜୀ’ କୁପ୍ରଥା, ଜାଣନ୍ତୁ ଏହା କ’ଣ

ତାଲିବାନ ଆଫଗାନିସ୍ଥାନକୁ କାବୁ କରିବା ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆଫଗାନିସ୍ଥାନକୁ ତାଲିବାନ କବ୍ଜା କରିବା ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି। ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ଜନ୍ମ ନେଇଛି। ଏହା ପଛରେ ତାଲିବାନର ଉଗ୍ର ଶାସନର କାରଣ ରହିଛି। ତାଲିବାନ ହାତକୁ ଆଫଗାନିସ୍ଥାନ ଯିବା ପରେ ଏହାର ପୃଷ୍ଠଭୂମି ସମ୍ପୂର୍ଣ୍ଣ ବଦଳିଯାଇଛି। ବିଶେଷକରି ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲାଗିଛି। ଲୋକଙ୍କ ମନ ଏଭଳି ଭୟ ସୃଷ୍ଟି ହୋଇଛି ଯେ ଆଗାମୀ ଶାସନ କ’ଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Bachcha Baaji

Bachcha Baaji

ତାଲିବାନ ଆଫଗାନିସ୍ଥାନକୁ କାବୁ କରିବା ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆଫଗାନିସ୍ଥାନକୁ ତାଲିବାନ କବ୍ଜା କରିବା ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି। ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ଜନ୍ମ ନେଇଛି। ଏହା ପଛରେ ତାଲିବାନର ଉଗ୍ର ଶାସନର କାରଣ ରହିଛି। ତାଲିବାନ ହାତକୁ ଆଫଗାନିସ୍ଥାନ ଯିବା ପରେ ଏହାର ପୃଷ୍ଠଭୂମି ସମ୍ପୂର୍ଣ୍ଣ ବଦଳିଯାଇଛି। ବିଶେଷକରି ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲାଗିଛି। ଲୋକଙ୍କ ମନ ଏଭଳି ଭୟ ସୃଷ୍ଟି ହୋଇଛି ଯେ ଆଗାମୀ ଶାସନ କ’ଣ ହେବ। ଆଗକୁ ଆଫଗାନିସ୍ଥାନରେ ଅନେକ କୁପ୍ରଥାର ଜନ୍ମ ହେବନି ତ? କିନ୍ତୁ ଏବେ ବି ଯଦି ଦେଖାଯାଏ ତେବେ ଏଠାରେ ଏକ କୁପ୍ରଥା ଚାଲିଛି, ଯାହାକୁ ‘ବଚ୍ଚା ବାଜୀ’ କୁହାଯାଉଛି। ଏହାକୁ ନେଇ ଅନେକ ବିରୋଧ ହେଉଥିଲେ ମଧ୍ୟ ଏହି ପ୍ରଥା ଏକବିଂଶ ଶତାବ୍ଦୀରେ ମଧ୍ୟ ବଳବତ୍ତର ରହିଛି। ତେବେ ଏହି କୁପ୍ରଥା କ’ଣ? କିପରି ନାବାଳକମାନେ ଏହି କୁପ୍ରଥାର ଶିକାର ହୁଅନ୍ତି ଚାଲନ୍ତୁ ସେ ବିଷୟରେ ଜାଣିନେବା।

Advertisment
Bachcha Baajiବଚ୍ଚା ବାଜୀ

‘ବଚ୍ଚା ବାଜୀ’ ଏପରି ଏକ କୁପ୍ରଥା ଯେଉଁଥିରେ ପାଖାପାଖି ୧୦ ବର୍ଷର ବାଳକମାନକୁ ବିଭିନ୍ନ ପାର୍ଟିରେ ନଚାଯାଇଥାଏ। ଖାଲି ଏତିକି ନୁହେଁ, ସେମାନଙ୍କୁ ଝିଅମାନକ ପୋଷାକରେ ସଜ୍ଜା ଯିବା ସହିତ ଝିଅ ଭଳି ମେକଅପ୍ ମଧ୍ୟ କରାଯାଏ। ଆହୁରି ପରିତାପର କଥା ଯେ ଏହି କୋମଳମତି ବାଳକମାନଙ୍କୁ ପୁରୁଷମାନଙ୍କ ଦ୍ୱାରା ଯୌନ ଶୋଷଣ ମଧ୍ୟ କରାଯାଏ। ଏହି ବାଳକମାନେ ଅତ୍ୟାଚାରର ଶିକାର ହେଉଥିଲେ ମଧ୍ୟ ଏଥିପ୍ରତି କୋଣସି ଆଇନ କାମ ନ କରିବା ଭଳି ମନେହୁଏ। ଖାଲି ଯେ ନାବାଳକମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ତାହା ନୁହେଁ ବରଂ ମହିଳାମାନଙ୍କ ସହ ମଧ୍ୟ ଏଭଳି ବ୍ୟବହାର ହୋଇଥାଏ।

Advertisment

ତେବେ କାହିଁକି ଏହି ନାବାଳକମାନେ ଏହି ପ୍ରଥାର ଶିକାର ହୁଅନ୍ତି? କାହିଁକି ସେମାନେ ଏଭଳି ନିଷ୍ଠୁର ଫାନ୍ଦରେ ଫସିଯାଆନ୍ତି? ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଗରିବୀ। ଅଧିକାଂଶ ଗରିବ ପିଲା ହିଁ କିଛି ଟଙ୍କା ରୋଜଗାର ପାଇଁ ଏଭଳି ପାର୍ଟିରେ ନୃତ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ ହୁଅନ୍ତି। କିଛି ବାଳକ ଜୀବନ ଜୀବିକା ପାଇଁ ଏହାକୁ ଆପଣଉ ଥିବା ବେଳେ କେତେକ ପିଲାଙ୍କୁ ଅପହରଣ ମଧ୍ୟ କରାଯାଇଥାଏ ଏବଂ ପରେ ଧନୀଲୋକକୁ ବିକ୍ରି କରିଦିଆଯାଏ। ଧନୀଲୋକେ ସେମାନକୁ କେବଳ ଖାଇବାକୁ ଓ ପିନ୍ଦିବାକୁ ଦେଇ ନିଜ ମନ ମୁତାବକ ବ୍ୟବହାର କରନ୍ତି।

ଆଫଗାନିସ୍ଥାନରେ ଯେଉଁଠି ସମଲିଙ୍ଗୀକୁ ଇସଲାମିକ ବିରୋଧୀ କୁହାଯାଉଥିବା ବେଳେ ଅନ୍ୟାୟ ବୋଲି ଧରାଯାଏ ସେଇଠି ଏଭଳି ଏକ କୁପ୍ରଥା ଅତି ସାଧାରଣ।

Bachcha Baajiବଚ୍ଚା ବାଜୀ

ଏହି ପିଲାମାନଙ୍କୁ 'ନୋର୍ବୋଧ' ବା 'ଶିଶୁ ଭାଲୁ' ବୋଲି କହି ଡକାଯାଏ। ୨୦୧୦ରେ, ଏହି ପ୍ରଥାକୁ ନେଇ 'ଦ ଡ୍ୟାନ୍ସିଂ ବୟସ ଅଫ୍ ଆଫଗାନିସ୍ତାନ' ନାମରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ଆଫଗାନିସ୍ତାନ ସାମ୍ବାଦିକ ନଜିବୁଲ୍ଲାହ କୁରେଶି ନିର୍ଦ୍ଦେଶନା ଦେଇଥିଲେ।

ଆଫଗାନିସ୍ତାନର ଏହି ପ୍ରଥାକୁ ବେଆଇନ ବୋଲି ବିବେଚନା କରାଯାଉଥିଲେ ମଧ୍ୟ କାହିଁକି ଏହା ଉପରେ ଲାଗି ପାରୁନି ପ୍ରତିବନ୍ଧକ? ଏହାର କାରଣ ହେଉଛି ଏହି ପ୍ରଥା ସହ ଜଡିତ କାର୍ଯ୍ୟକଳାପରେ ସମ୍ଭ୍ରାନ୍ତ ଶ୍ରେଣୀ ତଥା ସଶସ୍ତ୍ର ବ୍ୟକ୍ତିଙ୍କ ହାତ ରହିଛି।

Afghanistan Bachcha Baaji
Advertisment
Advertisment