• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଋଣ ଭାର ସମ୍ଭାଳି ନପାରି ଆର୍ଜେଣ୍ଟିନାକୁ ୧୨ ଟି ଯୁଦ୍ଧ ବିମାନ ବିକିବ ପାକିସ୍ତାନ

  • ଆତଙ୍କୀଙ୍କୁ ପାଳିବାକୁ ଟଙ୍କା ଅଛି ହେଲେ ଦେଶ ସମ୍ଭାଳିବକୁ ନାହିଁ

ନୂଆଦିଲ୍ଲୀ: ଋଣ ଭାରରେ ବୁଡ଼ିରହିଛି ଆତଙ୍କୀଙ୍କୁ ପାଳୁଥିବା ଦେଶ ପାକିସ୍ତାନ୍‌ । ଟେରର୍ ଫଣ୍ଡିଂରେ ଟଙ୍କା ଲଗାଉଥିବା ବେଳେ ଦେଶ ଚଳାଇବାକୁ ସମ୍ବଳ ନାହିଁ । ଏପଟେ ଋଣ ସୁଝିବା ପାଇଁ ପାକିସ୍ତାନ, ଆର୍ଜେଣ୍ଟିନାକୁ ନିଜର ୧୨ ଟି ଯୁଦ୍ଧ ବିମାନ ବିକ୍ରି କରିବ ବୋଲି ସ୍ଥିର କରିଛି । ଆର୍ଜେଣ୍ଟିନା ପାକିସ୍ତାନରୁ ୧୨ଟି JF-17A ବ୍ଲକ-୩ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ପାକିସ୍ତାନର ଜିଓ ଟିଭିର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରୁ PAC JF-17A ବ୍ଲକ ୩ ଯୁଦ୍ଧ ବିମାନ କିଣିବା ପାଇଁ ୬୬.୪ କୋଟି ଡଲାର ଦେଇଛି ଆର୍ଜେଣ୍ଟିନା ।

ଆର୍ଜେଣ୍ଟିନା ଏପର୍ଯ୍ୟନ୍ତ ଚୁକ୍ତି ସ୍ୱାକ୍ଷର କରିନାହିଁ

ଯୁଦ୍ଧ ବିମାନ କିଣିବା ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରାଯାଇଛି । ତେବେ ଆର୍ଜେଣ୍ଟିନା ବିକ୍ରି ଚୁକ୍ତିନାମାରେ ସ୍ୱାକ୍ଷର କରି ନଥିବାରୁ କିଛି ଚୂଡାନ୍ତ ହୋଇ ପାରିନାହିଁ । କିନ୍ତୁ ପାକିସ୍ତାନରୁ ଯୁଦ୍ଧ ବିମାନ କିଣିବା କଥା ସଂସଦର ବଜେଟରୁ ସ୍ପଷ୍ଟ ହେଉଛି । ପୂର୍ବରୁ ମଧ୍ୟ ଆଜେଣ୍ଟିନା ବିଭିନ୍ନ ଦେଶମାନଙ୍କ ଠାରୁ ଜେଟ୍‌ କିଣିବାକୁ ପ୍ରୟାସ କରିଥିଲା, ହେଲ ଅର୍ଥ ଅଭାବରୁ ତଥା ଏବଂ ବ୍ରିଟିସ୍ ଆପତ୍ତି କାରଣରୁ ଏହା ସମ୍ଭବ ହୋଇନଥିଲା ।

ଗତ ବର୍ଷ ମଧ୍ୟ ଦକ୍ଷିଣ କୋରିଆ ଠାରୁ ଯୁଦ୍ଧ ବିମାନ କିଣିବା ପାଇଁ ଆର୍ଜେଣ୍ଟିନା ଉପରେ ପ୍ରତିବନ୍ଧକ ଲଗାଇଥିଲା ବ୍ରିଟେନ୍‌ । ଆର୍ଜେଣ୍ଟିନାର ପ୍ରତିରକ୍ଷା ମନ୍ତ୍ରୀ ଟୁଇଟରରେ 'ମାଲଭିନସ୍ ଆର୍ଜେଣ୍ଟିନା' ପୋଷ୍ଟ କରିବା ପୂର୍ବରୁ ଏହି ପଦକ୍ଷେପକୁ ବ୍ରିଟିଶ ସାମ୍ରାଜ୍ୟରଗର୍ବ ବୋଲି ଦର୍ଶାଇଥିଲେ । ବ୍ରିଟେନର ଡିଫେନ୍ସ ଜର୍ଣ୍ଣାଲ ଅନୁସାର ଜେଏଫ -17 ଥଣ୍ଡର, ପାକିସ୍ଥାନ ଏରୋନେଟିକାଲ୍ କମ୍ପ୍ଲେକ୍ସ ଏବଂ ଚାଇନାର ଚେଙ୍ଗଦୁ ଏୟାରକ୍ରାଫ୍ଟ କର୍ପୋରେସନ୍ ଦ୍ୱାରା ମିଳିତ ଭାବରେ ବିକଶିତ ମଲ୍ଟି ରୋଲ୍ ଯୁଦ୍ଧ ବିମାନ ।

JF-17 ଯୁଦ୍ଧ ବିମାନଟିକୁ ଇଣ୍ଟରସେସ୍ପନ୍, ଗ୍ରାଉଣ୍ଡ ଆଟାକ୍, ଆଣ୍ଟି-ଥିପ୍ ଭଳି ଅନେକ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହି ବିମାନଟିର ପଙ୍ଖା ଏବଂ ଭର୍ଟିକାଲ୍ ଷ୍ଟାବିଲାଇଜର୍ ପରି ଯନ୍ତ୍ରପାତି ପାକିସ୍ତାନରେ ତିଆରି ହେଉଥିବା ବେଳେ ୪୨ ପ୍ରତିଶତ ଚୀନ୍ରେ ତିଆରି ହୁଏ । ଶେଷରେ ପାକିସ୍ତାନରେ ହିଁ ସମସ୍ତ ଯନ୍ତ୍ରପାତି ଏକାଠି କରି ଯୁଦ୍ଧ ବିମାନ ତିଆରି କରାଯାଏ ।