• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମାତ୍ର ୪୮ ଘଣ୍ଟା ମଧ୍ୟରେ ବଦ୍‌ଲା ନେଲା ଆମେରିକା ।

  • ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ISISର ଆଡ୍ଡା ଉପରେ କଲା ବୋମା ମାଡ଼ ।

  • ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ISISଠାରୁ ବଦ୍‌ଲା ନେଇ ଆମେରିକା ।

ୱାଶିଂଟନ୍: ମାତ୍ର ୪୮ ଘଣ୍ଟା ମଧ୍ୟରେ ବଦ୍‌ଲା ନେଲା ଆମେରିକା । ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ISISର ଆଡ୍ଡା ଉପରେ କଲା ବୋମା ମାଡ଼ । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ISISଠାରୁ ବଦ୍‌ଲା ନେଇ ଆମେରିକା ।

ଦୁଇ ଦିନ ପୂର୍ବେ କାବୁଲ ବିମାନବନ୍ଦର ନିକଟରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣର ମାତ୍ର ଏବତେ ଭୟଙ୍କର ଥିଳା ଯେ, ଥିରେ ପ୍ରାୟ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବିଶେଷ କରି ଆଫାଗିସ୍ତାନର ସାଧାରଣ ଲୋକଙ୍କ ଳଜୀବନ ଯାଇଥିବା ବେଳେ ୧୩ ଜଣ ଆମେରିକା ସୈନ୍ୟଙ୍କ ଜୀବନ ମଧ୍ୟ ଯାଇଛି । ଖାଲି ସେତିକି ନୁହେଁ କିଛି ତାଲିବାନୀ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଥିଲେ ।

ତେବେ ଏହି ଘଟଣାକୁ ମାତ୍ର ଦୁଇ ଦିନ ବିତିବା ମଧ୍ୟରେ ଆମେରିକା ତାର ସୈନ୍ୟଙ୍କ ମୃତ୍ୟୁର ବଦ୍‌ଲା ନେଇଛି । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଦେଶକୁ ସମ୍ବୋଧନ କରିବା ବେଳେ କୋହ ଭରା କଣ୍ଠରେ କହିଥିଲେ, ଯେଉଁମାନେ ଏହି ବିସ୍ଫୋରଣ ପାଇଁ ଦାୟୀ ତାଙ୍କୁ ଖୋଜି ଖୋଜି ଆମେରିକା ମାରିବ । ଶନିବାର ସକାଳୁ ISIS ଆଡ୍ଡା ଉପରେ ଡ୍ରୋନ ଆକ୍ରମଣ ନେଇ ଶନିବାର ପେଣ୍ଟାଗନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏଥିରେ କେତେ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି ସେନେଇ ସବିଶେଷ ତଥ୍ୟ ଆସିପାରି ନାହିଁ । କିନ୍ତୁ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଏଥିରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନାନ୍‌ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଆମେରିକାର ନାଗରିକମାନଙ୍କୁ କାବୁଲ ବିମାନବନ୍ଦରର ବିଭିନ୍ନ ଗେଟ୍‌ ଦେଇ ତୁରନ୍ତ ବାହାରିଯିବାକୁ କୁହାଯାଇଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପଟେନ ବିଲ ଅର୍ବାନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଆମେରିକାର ସାମରିକ ବାହିନୀ ISIS-Kର ପ୍ଲାନର ବିରୋଧରେ ଅପରେସନ କରିଥିଲା । କାରଣ କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣା ପାଇଁ ISIS-K ନିଜକୁ ଦାୟୀ କରିଥିଲା । ତେବେ ଏହି ଡ୍ରୋନ୍ ଆକ୍ରମଣ ଦ୍ୱାରା ISISର କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ନାହିଁ ।

କ୍ୟାପଟେନ ଅର୍ବାନ କହିଛନ୍ତି ଯେ, 'ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ମିଶନ କମ୍ପ୍ଲିଟ୍‌ ହୋଇଛି । ଏଥିରେ କୌଣସି ସାଧାରଣ ନାଗରିକଙ୍କ ଜୀବନ ହାନୀ ହୋଇଥିବା ନେଇ ସୂଚନା ନାହିଁ । ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣକୁ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଆକ୍ରମଣ କୁହାଯାଉଛି ।

ଅନ୍ୟପଟେ ଆମେରିକା ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ପୁଣି କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ହମ୍‌ଲା ହେବାର ସମ୍ଭାବନା ରହିଛି । ଏହି ଡ୍ରୋନ୍‌ ଆଟାକ୍‌ ପୂର୍ବରୁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଗୁଇନ୍ଦା ବିଭାଗ ପକ୍ଷରୁ ଏହା ଅବଗତ କରାଯାଇଥିଲା ।