• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନରେ ଗଣତାନ୍ତ୍ରିକ ଶାସନର କୌଣସି ସମ୍ଭାବନା ନାହିଁ

  • ଏକ ଭିଡିଓ ଜରିଆରେ ସୂଚନା ଦେଲେ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମ

  • ଇସଲାମିକ୍ ସରିଆ ଜରିଆରେ ଶାସନ ବ୍ୟବସ୍ଥା ପ୍ରଚଳିତ ହେବ

  •  ସରକାର ପରିଚାଳନା ନେଇ ଏକ ପରିଷଦ ଗଠନ ଚିନ୍ତା କରାଯାଉଛି

କାବୁଲ : ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି ।  ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଲେ  ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।

ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ଜଣେ ତାଲିବାନ କହିଛନ୍ତି ସମସ୍ତ ନେତା, ଅଧିକାରୀଙ୍କ ସହ କଥାବାର୍ତ୍ତା ଚାଲିଛି । ସମସ୍ତଙ୍କ ସହ ଆଲୋଚନା ପରେ ଏକ ନୂତନ ସରକାର ଗଠନ ହେବ । କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନ ଚଳାଇବ ରୁଲିଂ କାଉନସିଲ । ନୂଆ ସରକାର ବିଷୟରେ ଅନେକ ଜିନିଷ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ତାଲିବାନ କମାଣ୍ଡରଙ୍କ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ଚାଲିବ ହେବ ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, ତେଣୁ ଏହା ସ୍ପଷ୍ଟ ଦେଶରେ କେବଳ ଶରିଆ ଆଇନ ହିଁ କାର୍ଯ୍ୟକାରୀ ହେବ ।

ତାଲିବାନ ନେତାମାନେ ଦୁଇ ଦିନ ପୂର୍ବରୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇଙ୍କୁ ଭେଟିଥିଲେ । ଆଗାମୀ ସମୟରେ କତାରର ଦୋହା ଠାରେ ଆୟୋଜିତ ହେବାକୁ ଥିବା ବୈଠକରେ ହମିଦ କରଜଇ ମଧ୍ୟ ଯୋଗଦେବେ, ଯେଉଁଠାରେ ଆଫଗାନିସ୍ତାନରେ ଏକ ନୂତନ ତାଲିବାନ ସରକାର ଗଠନ ଉପରେ ଆଲୋଚନା ହେବ । ଶରିୟା ନିୟମ ଅନୁଯାୟୀ ଶାସନ ଚାଲିବ ବୋଲି ତାଲିବାନ ପୂର୍ବରୁ ସ୍ପଷ୍ଟ କରିଛି ।

ଶରିଆ ଆଇନ୍ କ’ଣ ?

ଶରିୟା ଆଇନ୍ ହେଉଛି ଇସଲାମର ଆଇନଗତ ବ୍ୟବସ୍ଥା । କୁରାନ ଏବଂ ଇସଲାମ ବିଦ୍ୱାନଙ୍କ ନିଷ୍ପତ୍ତି ଉପରେ ଆଧାରିତ ଶରିୟା ଆଇନ୍ । ଏହା ମୁସଲମାନମାନଙ୍କର ଦିନଚର୍ଯ୍ୟାର ଏକ ଆଚରଣ ବିଧି ଭାବରେ କାର୍ଯ୍ୟ କରିଥାଏ । ମୁସଲମାନମାନେ ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ଖୁଦାଙ୍କ ଇଚ୍ଛା ଅନୁସରଣ କରନ୍ତି । ଆରବିରେ ଶରିଆର ଅର୍ଥ ହେଉଛି "ମାର୍ଗ" ଏବଂ ଏହା ଏକ ଆଇନ ସଂସ୍ଥାକୁ ସୂଚିତ କରେ ନାହିଁ । ଶରିୟା ନିୟମ ମୂଳତତଃ କୁରାନ ଶିକ୍ଷା ଉପରେ ନିର୍ଭର କରେ, ଯେଉଁଥିରେ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା, ଶିକ୍ଷା ଏବଂ ଅଭ୍ୟାସ ରହିଛି । ଶରିଆ ନିୟମ ମୁସଲମାନମାନଙ୍କ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିପାରେ ।

ଶରିଆ ଆଇନର ଭିନ୍ନ ଭିନ୍ନ ବ୍ୟାଖ୍ୟା ରହିଛି . . .

"ଶରିଆର ପ୍ରକୃତ ଅର୍ଥର ଅନେକ ଭିନ୍ନ ଭିନ୍ନ ବ୍ୟାଖ୍ୟା ରହିଛି । କେତେକ ସ୍ଥାନରେ ଶରିଆ ଆଇଡ଼୍ ଏହା ରାଜନୈତିକ ବ୍ୟବସ୍ଥାରେ ସହଜରେ ଅନ୍ତର୍ଭୂକ୍ତ ହୋଇଛି ।" କେତେକ ସଂଗଠନ ଶରିୟା ନିୟମ ଅନୁଯାୟୀ 'ଅତ୍ୟାଚାର ଏବଂ ପଥର ଫିଙ୍ଗିବାକୁ' ଆଇନସିଦ୍ଧ କୁହନ୍ତି । ସେହିପରି ଏହି ଆଇନ ଅନୁଯାୟୀ ନିଷ୍ଠୁର ଦଣ୍ଡକୁ ସମର୍ଥନ କରିବା ସହ ମହିଳାଙ୍କଠାରୁ ସମସ୍ତ ସ୍ୱାଧୀନତା ଛଡ଼ାଇ ନେବାକୁ ମଧ୍ୟ ବୈଧ ବିବେଚିତ କରାଯାଏ । ବିଭିନ୍ନ ମୁସଲମାନ ଦେଶରେ ଏହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରାଯାଇଛି ଏବଂ କାର୍ଯ୍ୟକାରୀ କରାଯାଇଛି । ଏଥି ସହିତ ପାକିସ୍ତାନ ପରି ଏକ ମୁସଲମାନ ରାଷ୍ଟ୍ରରେ ଶରିଆ ନିୟମ ଲାଗୁ ହୋଇନାହିଁ । ଶାରିଆ ନିୟମ ଅନୁଯାୟୀ କୌଣସି ଅପରାଧ ପାଇଁ ତିନି ପ୍ରକାରର ଦଣ୍ଡ ଲେଖାଯାଇଛି ।

ସୂଚନାଯୋଗ୍ୟ କାବୁଲ ଦଖଲ ପରେ ନିଜର ଆଭିମୁଖ୍ୟ ବଦଳାଉଛି ତାଲିବାନ । ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ଦୁଇ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଥିଲା ତାଲିବାନ୍ । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଥିଲେ, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ। ଆଫଗାନିସ୍ତାନରେ ଥିବା ସମସ୍ତ ଦେଶର ଦୂତାବାସ ଉପରେ ବିପଦ ନଥିବା ସ୍ପଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଉପରେ କୌଣସି ପ୍ରକାରର ନିର୍ଯାତନା ହେବାକୁ ଦେବନି ବ୍ଲି ମଧ୍ୟ କହିଥିଲେ । ହେଲେ ତା’ର ଗୋଟିଏ ଦିନ ପରେ ଫଳ ଓଲଟା ଦେଖିବାକୁ ମିଳିଛି ।