Advertisment

ପଞ୍ଜଶିର କବଜା ପରେ ଉତ୍ସବ ମନାଉଛନ୍ତି ତାଲିବାନୀ : ଆକାଶକୁ ଗୁଳି ଚାଳନା ସମୟରେ ଅନେକ ଲୋକ ମୃତ

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
afghanistan

afghanistan

କାବୁଲ : କାହା ପାଇଁ ମଜା, କାହା ପାଇଁ ସଜା । ସଫଳ ହେଲା ମିଶନ୍ ପଞ୍ଜଶିର ! ଅଭେଦ୍ୟ ଗଡ଼ରେ ପଶିଲା ତାଲିବାନ୍ । ଅଜେୟ ଉପତ୍ୟକାକୁ ଜୟ କରିବାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଦେଶର ଚାରିଆଡୁ ଘେରି ରହିଥିବା ହଜାର ହଜାର ସଂଖ୍ୟାରେ ତାଲିବାନ୍ ପଞ୍ଜଶିର ଭିତରେ ପଶି ପାରିଛନ୍ତି । ପୂରା ଆଫଗାନିସ୍ତା ପରେ ଏବେ ଶେଷରେ ପଞ୍ଜଶିର ଅକ୍ତିଆର କରିନେଇଛି ତାଲିବାନ୍ ସଂଗଠନ । ଶୁକ୍ରବାର ସୁଦ୍ଧା ପଞ୍ଜଶିର ମଧ୍ୟ ତାଲିବାନ ଆଗରେ ପରାଜିତ ହୋଇଛି ବୋଲି ସୂଚନା ମିଳିଛି । ତେବେ ପଞ୍ଜଶିର ପ୍ରଦେଶକୁ କବଜା କରିବା ପରେ ଆକାଶକୁ ଫାଙ୍କା ଗୁଳି ଚଳାଇ ଉତ୍ସବ ମନାଇଛନ୍ତି ତାଲିବାନୀ ।

Advertisment

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି ।ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଓଲଟା ତାଲିବାନକୁ ବିଦ୍ରୋହୀ ଗୋଷ୍ଠୀ ବହୁ କ୍ଷତି ପହଞ୍ଚାଇଥିବା ଦାବି ହୋଇଛି ।

ତାଲିବାନର ଏହି ଫାୟାରିଙ୍ଗ ପରେ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ତେବେ ହସ୍ପିଟାଲରେ ଅପେରସନ୍ ଥିଏଟର ଭରିଯାଇଥିବା ସୂଚନା ମିଳିଛି । ଲୋକଙ୍କୁ କୌଣସି ମତେ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଅପରେସନ୍ ରୁମରେ ବେଡ ଖାଲି ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏମରଜେନ୍ସି ରୁମରେ ଅପରେସନ୍ କରାଯାଉଥିବାର ଏକ ଫଟୋ ସାମ୍ନାକୁ ଆସିଛି ।

Advertisment

ସୂଚନାଯୋଗ୍ୟ ପଞ୍ଜଶିର ଦଖଲ କରିବା ତାଲିବାନୀଙ୍କ ପାଇଁ ଏତେ ସହଜ ନଥିଲା । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ନାକେଦମ୍‌ କରିଦେଇଥିଲେ ବିଦ୍ରୋହୀ ସଂଗଠନ । ପଞ୍ଜଶିର ପ୍ରଦେଶକୁ ପ୍ରବେଶର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଦୁର୍ଗମ ଗିରିପଥରେ ଆମ୍ବୁସ୍ ଲଗେଇ ଛକି ବସିଥିଲେ ପଞ୍ଜଶିର ଯୋଦ୍ଧା । ତାଲିବାନୀ ସୈନ୍ୟଙ୍କ ଆକ୍ରମଣର ପ୍ରତି ଆକ୍ରମଣ କରୁଥିଲେ ଏବଂ ମୁହଁତୋଡ୍ ଜବାବ ଦେଉଥିଲେ । ତେବେ ଏଥିରେ ଶହଶହ ତାଲିବାନୀଙ୍କ ଜୀବନ ଯାଇଥିବା ମଧ୍ୟ ଦାବି କରାଯାଇଥିଲା ।

Taliban Attack Afghanistan Panjshir
Advertisment
Advertisment