Advertisment

ଆଫଗାନିସ୍ତାନରେ କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇ ନ ପାରେ । କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର।

author-image
Minati Mishra
ଅଦ୍ୟତନ ହୋଇଛି
ଆଫଗାନିସ୍ତାନରେ କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର

new government may be formed In Afghanistan

କାବୁଲ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇ ନ ପାରେ । କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର । ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ସର୍ବୋଚ୍ଚ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମୀ।  କାଉନସିଲ ଦ୍ୱାରା ଚୟନ ହେବେ ବିଭିନ୍ନ ବିଭାଗର ମନ୍ତ୍ରୀ। ଏପଟେ ତାଲିବାନର ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ଶାସନ ମୁଖ୍ୟ ରହିବା ନେଇ ସେ ସୂଚନା ଦେଇଛନ୍ତି  ।

Advertisment

 କାବୁଲରେ ପହଞ୍ଚିଛନ୍ତି ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ବରାଦର ବରାବର। ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବା ନେଇ ଜଣାପଡିଛି  । ଅନ୍ୟପକ୍ଷେ ରକ୍ତପାତ ଏଡାଇବା ପାଇଁ ପଦ ଛାଡିଥିବା ନେଇ ପୁଣି ଦୋହରାଇଛନ୍ତି ଅସରଫ ଘନି  । ସେହିପରି ସେ ବିପୁଳ ପରିମାଣର ଟଙ୍କା ନେଇ ଦେଶ ଛାଡିଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଖଣ୍ଡନ କରିଛନ୍ତି । ତାଙ୍କ ସୁରକ୍ଷାକର୍ମୀଙ୍କ ପରାମର୍ଶ ଅନୁଯାୟୀ, ସେ ଦେଶ ଛାଡିଥିବା କହିଛନ୍ତି । ତାଲିବାନ ଯୋଦ୍ଧା ତାଙ୍କୁ ଫାଶି ଦେବାକୁ ଚାହୁଁଥିବା ଜାଣିବା ପରେ ସେ ଦେଶ ଛାଡିଛନ୍ତି ବୋଲି କହିଛନ୍ତି।

  ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଜିବୁଲ୍ଲାଙ୍କୁ ୧୯୯୬ମସିହାରେ ତାଲିବାନ କିଭଳି ଭାବେ ଟ୍ରାଫିକ ଲାଇଟ୍‌ରେ ଫାଶିରେ ଝୁଲାଇ ଦେଇଥିଲେ ସେନେଇ ମଧ୍ୟ ଉଦାହରଣ ଦେଇଛନ୍ତି । ସେମାନେ ରାଷ୍ଟ୍ରପତି ଭବନରେ ଗୋଟିଏ ରୁମରୁ ଅନ୍ୟ ରୁମ୍ ବୁଲି ବୁଲି ରାଷ୍ଟ୍ରପତିଙ୍କୁ ଖୋଜୁଥିଲେ । ତେଣୁ ରାଷ୍ଟ୍ରପତିଙ୍କୁ ଫାଶିଦେବା ଭଳି ଲଜ୍ଜାଜନକ ଘଟଣା ପୁନଶ୍ଚ ଘଟିବାକୁ ଯାଉଥିବା ବେଳେ ସେଥିରୁ ମୁକୁଳିଛନ୍ତି । 

Advertisment

ଆଫଗାନିସ୍ତାନର ରାଜଧାନୀ କାବୁଲ୍‌କୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡ଼ି ପଳାୟନ କରିଥିବା ରାଷ୍ଟ୍ରପତି ଅସରଫ ଘନି ୟୁଏଇର ଶରଣ ପଶିଛନ୍ତି। ତାଙ୍କୁ ୟୁନାଇଟେଡ୍ ଆରବ ଏମିରେଟସ ତଥା ୟୁଏଇ ପକ୍ଷରୁ ଆଶ୍ରୟ ଦିଆଯାଇଛି । ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଆସ୍ରଫ୍ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି।
ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହିତ ଘନି ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା ।

Taliban Terrorists Afghanistan
Advertisment
Advertisment