Advertisment

ତାଲିବାନୀ ନେଇଗଲେ ଚାକିରି; ପରିବାର ମୁହଁରେ ଆହାର ଦେବା ପାଇଁ ୪ ବର୍ଷର କନ୍ୟାକୁ ବିକିବେ ବାପା

ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି।

author-image
Minati Mishra
ଅଦ୍ୟତନ ହୋଇଛି
Taliban terrorist

Taliban terrorist

କାବୁଲ:  ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି। ତା ଭିତରେ ପେଶି ହୋଇ ଯାଉଛନ୍ତି ଆଫଗାନ ଜନତା। ଗୋଟିଏ ବାକ୍ୟରେ କହିଲେ ଯେମିତି ଆଫଗାନବାସୀଙ୍କର ଦୁର୍ଦ୍ଦିନ ଆସିଯାଇଛି। ଏମିତି ଜଣେ ପୂର୍ବତନ ପୋଲିସ କର୍ମଚାରୀ ମୀର ନାଜିରଙ୍କ ଦୁଃଖଦ କାହାଣୀ କହିବାକୁ ଯାଉଛୁ।  ତାଲିବାନ ସମସ୍ତ ପୋଲିସ ଷ୍ଟେଶନ ଉପରେ ନିଜର କବ୍‌ଜା କରିନେଇଛି। ପୁରୁଣା ସରକାରଙ୍କ ବିଶ୍ୱସ୍ତ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ପଡ଼ୁଛି। ନାଜିରଙ୍କର ମଧ୍ୟ ଚାକିରି ଚାଲିଯାଇଛି। ଏବେ ପରିବାର ଲୋକଙ୍କ ମୁହଁରେ ଆହାର ଦେବା ପାଇୱ ନିଜର ୪ ବର୍ଷର ଝିଅକୁ ବିକିବାକୁ ପ୍ରସ୍ତୁତ ହେଉଛନ୍ତି ନାଜିର। 

Advertisment

ବ୍ରିଟିଶ୍‌ ଖବରକାଗଜ ଦ ଟାଇମ୍ସ ଅଫ ଲଣ୍ଡନ ଅନୁଯାୟୀ, ନାଜିର ୫୮୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୩ ହଜାର ଟଙ୍କାରେ ନିଜ ଝିଅକୁ ବିକିବା ପାଇଁ ରାଜି ହୋଇଛନ୍ତି। ତାଙ୍କ ପରିବାରରେ ୭ ଜଣ ସଦସ୍ୟ ଅଛନ୍ତି।  ୭ ଜଣଙ୍କୁ ଭୋକରୁ ବଞ୍ଚାଇବା ପାଇଁ ସେ ଏପରି ପଦକ୍ଷେପ ନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ୪ ବର୍ଷର କନ୍ୟା ସାଫିଆ ଘରର ସବୁଠାରୁ ଛୋଟ ସଦସ୍ୟ। ନାଜିର ଭାବୁଛନ୍ତି, ଝିଅକୁ ବିକ୍ରି କରିଦେଲେ ତା’ର ଭବିଷ୍ୟତ ବି ସୁଧୁରି ଯାଇପାରେ। ଝିଅକୁ ବିକ୍ରି କରିବା ପାଇଁ ସେ କଥାବାର୍ତ୍ତା ବି କରି ସାରିଛନ୍ତି। 

Advertisment

୩୮ ବର୍ଷୀୟ ନାଜିର କହିଛନ୍ତି, ମୁଁ ନିଜ ଝିଅକୁ ବିକ୍ରି କରିବା ପୂର୍ବରୁ ନିଜେ ମରିଯିବାକୁ ପସନ୍ଦ କରିବି। କିନ୍ତୁ ମୁଁ ମରିଗଲେ ମୋ ପରିବାରର କୌଣସି ସଦସ୍ୟଙ୍କର କିଛି ଭଲ ହେବନ। ମୋର ଅନ୍ୟ ପିଲାଙ୍କ ଭୋକିଲା ପେଟର କଥା କିଏ ବୁଝିବ ? ଆଖି ଛଳଛଳ କରି ନାଜିର କହିଛନ୍ତି, ମୋ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। କେବଳ ନିରାଶା ରହିଯାଇଛି। 

ଲଣ୍ଡନ ଟାଇମ୍ସ ଅନୁସାରେ, ଜଣେ ଦୋକାନୀ ଯାହାଙ୍କର କୌଣସି ସନ୍ତାନ ନାହିଁ। ସେ ମୋତେ ସୋଫିଆକୁ କିଣି ନେବା ପାଇ ପ୍ରସ୍ତାବ ଦେଇଛନ୍ତି। ସୋଫିଆ ତାଙ୍କ ଦୋକାନରେ କାମ କରିବ। ଏହା ଦ୍ୱାରା ହୁଏତ ସୋଫିଆର ଭବିଷ୍ୟତ ସୁଧୁରି ଯାଇପାରେ ! ଦୋକାନୀ ଜଣକ ପ୍ରଥମେ ୧୭ ହଜାର ଟଙ୍କା ଦେବେ ବୋଲି କହୁଥିଲେ। କିନ୍ତୁ ପରେ ମୂଲଚାଲ ହୋଇ ୫୦ ହଜାର ଆଫଗାନି ଅର୍ଥାତ୍‌ ୪୩ ହଜାର ଟଙ୍କା ଦେବେ ବୋଲି କଥା ଛିଣ୍ଡିଛି ।
ନାଜିର କହିଛନ୍ତି, ଦୋକାନୀ ଜଣକ ମୋ ସହ ଚୁକ୍ତି ବି କରିଛନ୍ତି, ଯଦି ଭବିଷ୍ୟତରେ ମୁଁ ତାଙ୍କର ଟଙ୍କା ଫେରାଇଦିଏ ତେବେ ସେ ମୋ ଝିଅକୁ ଫେରାଇ ଦେବେ। ସେ କହିଛନ୍ତି, ଦେଶରେ ଗୁଳିବର୍ଷା ହୁଏତ କମିଯାଇଛି, କିନ୍ତୁ ଗରିବି ଏବଂ ଅନାହାର ନୂଆ ଶତ୍ରୁ ଭାବେ ଠିଆ ହୋଇଛି। ମୁଁ ସୋଫିଆକୁ ଭଲ ପାଏନି ସେ କଥା ନୁହେଁ, କିନ୍ତୁ ମୁଁ ଅସହାୟ ହୋଇପଡ଼ିଛି। 

Taliban Militants Taliban Terrorists
Advertisment
Advertisment