/odishatv-khabar/media/post_attachments/uploadimage/library/16_9/16_9_0/maa_gruha_1637998349.jpg)
maa gruha
ବାଲିଗୁଡ଼ା( ଅଜିତ୍ ନାୟକ ) : ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ରୋକିବା ନିମନ୍ତେ ସରକାର ବିଭିନ୍ନ ସ୍ଥାନରେ ମା ଗୃହ ସ୍ଥାପନ କରିଛନ୍ତି । ବିଶେଷ କରି ଦୁର୍ଗମ ଗ୍ରାମାଞ୍ଚଳର ଗର୍ଭବତୀ ମହିଳାମାନେ କିଭଳି ସୁରକ୍ଷିତ ଭାବେ ପ୍ରସବ କରିବେ, ସେନେଇ ତାଙ୍କୁ ପ୍ରସବ ପୂର୍ବରୁ ମା ଗୃହରେ ରଖି ଆନୁଷଙ୍ଗିକ ସୁବିଧା ଯୋଗାଇ ଯୋଗାଇ ଦଆଯାଇଛି । ସେଠାରେ ଗର୍ଭବତୀଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ହେଲେ ଦାରିଙ୍ଗବାଡ଼ି ହସ୍ପିଟାଲ ପରିସରରେ ମା ଗୃହରେ ଆବଶ୍ୟକୀୟ ଶୌଚାଳୟ ନଥିବା ସହ ପାଣିର ଉପଯୁକ୍ତ ସୁବିଧା ନାହିଁ । ଫଳରେ ଗର୍ଭବତୀ ମହିଳା ମାନେ ବିଭିନ୍ନ ସମୟରେ ଅସୁରକ୍ଷିତ ଭାବେ ବାହାରକୁ ଶୌଚ କରିବାକୁ ଯାଉଛନ୍ତି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ହସ୍ପିଟାଲ ପରିସରରେ ଥିବା ମା ଗୃହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ମାନେ ହାତରେ ବାଲଟି ଧରି ଅସୁରକ୍ଷିତ ଭାବେ ହସ୍ପିଟାଲ ବାହାରକୁ ଶୌଚ ହେବାକୁ ଯାଇଥାନ୍ତି । ଏହାକୁ ନେଇ ମା ଗୃହକୁ ଆସୁଥିବା ଗର୍ଭବତୀ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିଛନ୍ତି । ମା ଗୃହରେ ଗୋଟିଏ ଶୌଚାଳୟ ରହିବା ସହ ବାଥରୁମର ପାଣି ଠିକ ଭାବେ ନିଷ୍କାସନ ହୋଇ ପାରୁନଥିବା ଗର୍ଭବତୀ ମହିଳା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ମା ଗୃହ ପରିଚାଳନା ଦାୟିତ୍ୱ ନେଇଥିବା ବେସରକରୀ ସ୍ୱେଛାସେବୀ ସଂସ୍ଥା ଜାଗୃତିର ସମ୍ପାଦକ କୈଳାଶ ଦଣ୍ଡପାଟ ଏକଥାକୁ ସ୍ୱୀକାର କରିଛନ୍ତି । ମା ଗୃହରେ ପାଣି ସହ ଶୌଚାଳୟ ଅସୁବିଧା ଥିବା କଥାକୁ ମାନିଛନ୍ତି । ଅନ୍ୟପଟେ ଓଭରହେଡ ଟ୍ୟାଙ୍କ କାର୍ଯ୍ୟ ନିର୍ମାଣ ସରିବା ପରେ ଆଉ ପାଣିର ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)