• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାର୍ଟକୁ ସୁସ୍ଥ ରଖିଥାଏ ଲିଚୁ

  • ରକ୍ତଚାପ ନିୟନ୍ତ୍ରଣ କରାଏ ଲିଚୁ

  • ଦୃଷ୍ଟି ଶକ୍ତି ବଢାଏ ଲିଚୁ

ଲିଚୁ ଖାଇବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁ ପାଟିକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଲିଚୁରେ ଭରପୂର ପୋଷକ ତତ୍ତ୍ୱ ରହିଛି । ଲିଚୁରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହାକି ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ  ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା ବିଷୟରେ…

-ହାର୍ଟକୁ ସୁସ୍ଥ ରଖିଥାଏ ଲିଚୁ । ଲିଚୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ଲିଚୁ ଖାଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ।

-ଇମ୍ୟୁନିଟି ବଢାଇଥାଏ ଲିଚୁ । ଲିଚୁରେ ଭିଟାମିନ୍ ସି, ରାଇବୋଫ୍ଲାଭିନ୍, ଫୋଲେଟ୍, ନିୟାସିନ୍ ଏବଂ ବିଟା କାରୋଟିନ୍ ଇତ୍ୟାଦି ଉପାଦାନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ ।

-ରକ୍ତଚାପ ନିୟନ୍ତ୍ରଣ କରାଏ ଲିଚୁ। ଏଥିରେ ବହୁ ମାତ୍ରାରେ ପୋଟାସିୟମ୍ ଏବଂ ସୋଡିୟମ୍ ଉପାଦାନ ରହିଛି । ଲିଚୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ରକ୍ତଚାପ ରୋଗୀଙ୍କ ପାଇଁ ଲିଚୁ ଖାଇବା ଆବଶ୍ୟକ ।

-ଓଜନ ହ୍ରାସ କରାଏ ଲିଚୁ । ଲିଚୁରେ ଅଧିକ ଜଳ ଏବଂ ଫାଇବରର ମାତ୍ରା ଅଧିକ ଥାଏ । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

-ଦୃଷ୍ଟି ଶକ୍ତି ବଢାଏ ଲିଚୁ । ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଫାଇଟୋକେମିକାଲ୍ ଇତ୍ୟାଦି ଗୁଣ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ନେପ୍ଲାଷ୍ଟିକ୍ ଗୁଣ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବାରେ ସାହାଯ୍ୟ ହୋଇଥାଏ । ଏଥି ସହିତ, ଲିଚୁ ଆଖିର ଅସ୍ପଷ୍ଟତା ଏବଂ ମୋତିଆବିନ୍ଦୁ ସମସ୍ୟାରୁ ରକ୍ଷା କରିଥାଏ ।