/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636456832.jpg)
Benifits of cofee
କଫି ପିଇଲେ ନିଦ ହୁଏ ନାହିଁ ଓ ଶରୀରରେ ନୂଆ ଶକ୍ତି ମିଳେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଫି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ ଅନ୍ୟତମ । ଏଥିରେ ଥିବା ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଓ ଉପକାରି ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କଫି ପିଇବାର କିଛି ସ୍ୱାସ୍ଥ୍ୟଜନିତ ଉପକାରିତା ।
Advertisment
Also Read
- ଅଧ୍ୟୟନରୁ ଜଣାପଡ଼ିଛି ଯେ ନିୟମିତ କଫି ପିଉଥିବା ଲୋକଙ୍କର ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ଥାଏ।
- କଫି ପିଇବା ଦ୍ୱାରା ଅଲଜାଇମର ରୋଗ ହେବାର ଆଶଙ୍କା କମିଯାଏ । ଆଲଜାଇମର ସବୁଠାରୁ ସାଧାରଣ ନ୍ୟୁରୋଡିଜେନେରେଟିବ ରୋଗ ବିଶ୍ୱରେ ଡିମେନ୍ସିଆର ଏକ ପ୍ରମୁଖ କାରଣ ।
- ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ଲୋକଙ୍କ ଅଲଜାଇମର ରୋଗ ହେବାର ୬୫% କମ୍ ଆଶଙ୍କା ରହିଛି। ଅଲଜାଇମର ସହ ଏହା ଅନ୍ୟାନ୍ୟ ମାନସିକ ରୋଗର ଆଶଙ୍କା ମଧ୍ୟ କମ କରିଥାଏ ।
Advertisment
Benifits of Cofee- କଫି ଚର୍ବି କମାଇବାରେ ସାହାଯ୍ୟ କରେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କେଫିନ୍ ଶରୀରର ମେଟାବୋଲିଜିମ ହାରକୁ ୩-୧୧% ବଢ଼ାଇପାରିବ। ଅନ୍ୟାନ୍ୟ ଅଧ୍ୟୟନ ସୂଚିତ କରେ କେଫିନ ଚର୍ବି କମାଇବାରେ ବିଶେଷ ସହାୟକ ହୋଇଥାଏ ବିଶେଷକରି ମେଦବହୁଳ ବ୍ୟକ୍ତିଙ୍କଠାରେ ।
- ମଣିଷମାନଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କଫି ବ୍ୟବହାର ସ୍ମୃତି, ମନୋବଳ, ସତର୍କତା, ଶକ୍ତି ସ୍ତର ଓ ସାଧାରଣ ମାନସିକ କାମରେ ଉନ୍ନତି ଆଣିପାରେ ।
- ଟାଇପ୍-୨ ମଧୁମେହ ବିଶ୍ୱରେ ଶୀଘ୍ର ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଅନ୍ୟତମ । ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ବ୍ୟକ୍ତିଙ୍କ ଟାଇପ୍-୨ ଡାଇବେଟିସ୍ ହେବାର ୫୦% କମ୍ ବିପଦ ରହିଛି ।
- ସମୁଦାୟ ୪,୫୭,୯୨୨ ଲୋକଙ୍କ ଉପରେ କରାଯାଇଥିବା ୧୮ଟି ଅଧ୍ୟୟନର ସମୀକ୍ଷା ଅନୁସାରେ ଦୈନିକ ଗୋଟିଏରୁ ଦୁଇ କପ୍ କଫି ପିଇବା ଦ୍ୱାରା ଟାଇପ୍ ୨ ଡାଇବେଟିସ୍ ହେବାର ଆଶଙ୍କା ୭ ପ୍ରତିଶତ କମିଯାଏ।
- କଫି ଥକ୍କାପଣ ଏବଂ ଶରୀରରେ ଶକ୍ତି ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ଏହାର କାରଣ ହେଉଛି ଏଥିରେ ଥିବା କେଫିନ୍। କଫି ପିଇବା ପରେ କଫିନ୍ ଆପଣଙ୍କ ରକ୍ତ ପ୍ରବାହରେ ଅବଶୋଷିତ ହୁଏ ଓ ସେଠାରୁ ଆପଣଙ୍କ ମସ୍ତିଷ୍କକୁ ଯାଇଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)