• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପେଟା

  • ପୋଟାପଣକୁ ଦୂର କରେ ସପେଟା

ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀରକୁ ଫିଟ୍‌ ରଖିବା ନିତାନ୍ତ ଜରୁରୀ । ନିୟମିତ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେହିପରି ଏକ ଲାଭଦାୟକ ଫଳ ହେଉଛି ସପେଟା  । ଚାଲନ୍ତୁ ଜାଣିବା ସପେଟାର ଲାଭଦାୟକ ଗୁଣ ବିଷୟରେ ।

  • ନିୟମିତ ଭାବେ ସପେଟା ଖାଇବା ଦ୍ୱାରା  ଶରୀରକୁ ଭିଟାମିନ-ଏ ମିଳିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
  • ଆଖି ପାଇଁ ସପେଟା ବହୁ ଲାଭଦାୟକ ଅଟେ । ପ୍ରତିଦିନ ସପେଟା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ଶରୀରକୁ ଫାଇବର ମିଳିଥାଏ ।
  • ସପେଟାରେ ଗ୍ଲୁକୋଜର ମାତ୍ରା ଅଧିକ ରହିଥାଏ । ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ଯେଉଁମାନେ ଅଧିକ ବ୍ୟାୟାମ କରୁଛନ୍ତି ସେମାନେ ସପେଟା ଖାଇବା ଜରୁରୀ ଅଟେ ।
  • ସପେଟାରେ ଭିଟାମିନ୍-ଏ ଛଡା ଭିଟାମିନ-ବି ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ କ୍ୟାନସର ଠାରୁ ଦୂରେଇ ରଖିଥାଏ ।
  • ସପେଟା ରକ୍ତଚାପକୁ ସନ୍ତୁଳିତ ରଖିବା ସହିତ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ଯେଉଁ ବ୍ୟକ୍ତି ମାନେ ମଧୁମେହ ରୋଗରେ ଆକ୍ରାନ୍ତ ନୁହନ୍ତି ଓ ରକ୍ତଚାପରେ ଗ୍ରାସିତ ଅଛନ୍ତି ସେମାନଙ୍କ ପାଇଁ ସପେଟା ଲାଭଦାୟକ ଅଟେ ।
  • ସପେଟାରେ ମିନେରାଲ ଓ ଭିଟାମିନ ଭରପୁର ମାତ୍ରାରେ ରହିଛି । ଯାହା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ।
  • ସପେଟାରେ ଆଣ୍ଟିଆକ୍ସିଡେଣ୍ଟ ରହିଥିବା ହେତୁ ଶରୀରରୁ ଖରାପ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
  • ସପେଟା ଖାଇବା ଯୋଗୁଁ ଶରୀରରୁ ଆଇରନ ଏବଂ କ୍ୟାଲସିୟମର ମାତ୍ରା ଦୂର ହୋଇଥାଏ । ଯାହା ହାଡ଼କୁ ମଜବୁତ କରିଥାଏ । ଯେଉଁମାନଙ୍କୁ ହାଡଜନିତ ଯନ୍ତ୍ରଣା ରହିଛି ସେମାନେ ନିୟମିତ ଭାବେ ସେପଟା ଖାଇବା ଉଚିତ ।
  • ସପେଟା ପୋଟାପଣକୁ ଦୂର କରିବା ସହ ହୃଦ୍‌ରୋଗ ସମ୍ବନ୍ଧୀୟ ରୋଗରୁ ଦୂରେଇ ରଖିଥାଏ । ଏହାଛଡା ଶରୀରରେ ସଠିକ୍‌ ରକ୍ତ ସଂଚାଳନ କରିବାରେ ସହାୟକ ହୋଇଥାଏ ।