• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଖାଦ୍ୟର ସ୍ୱାଦ ବଢାଏ ଦେଶୀ ଘିଅ

  • ଘିଅ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ 

ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଦେଶୀ ଘିଅର ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ l ପୁରାତନ ଯୁଗରେ ପ୍ରାୟତଃ ଲୋକମାନେ ଦେଶୀ ଘିଅ ସେବନ କରି ବହୁ ରୋଗବ୍ୟାଧିରୁ ମୁକ୍ତ ହେଉଥିଲେ । ତେବେ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀର କି କି ଲାଭ ମିଳିଥାଏ । ତେବେ ଦେଶୀ ଘିଅ ଘରେ ନିଜେ ପ୍ରସ୍ତୁତ କରିଲେ ତାହା ସେବନ କଲେ ଶରୀର ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ ।

ଘିଅର ୮ଟି ଉପକାର

-ପ୍ରତିଦିନ ଘିଅ ସେବନ କଲେ ରକ୍ତରେ ଓ ଅନ୍ତ ନାଳିରେ ଥିବା ଖରାପ କୋଲେଷ୍ଟ୍ରଲ କମି ଯାଇଥାଏ ।

-ପ୍ରତିଦିନ ଦେଶୀ ଘିଅ ଗୋଟିଏ ଚାମଚ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଓ ହାର୍ଟରେ ବ୍ଳକେଜ ଆସି ନଥାଏ ।

- ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ ଓ ମେଟାବୋଲିଜିମ ଠିକ୍ ଭାବରେ କାର୍ଯ୍ୟ କରିଥାଏ l ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ l

- ଦେଶୀ ଘିଅରେ ଆଣ୍ଟି ଆକ୍ସିଡେଣ୍ଟ ରହିଛି ,ଯାହା ଆମର ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ତ୍ୱଚା ସୁନ୍ଦର ହେବା ସହିତ ଚମକପ୍ରଦ ହୋଇଥାଏ ।

- ଦେଶୀ ଘିଅକୁ ନୀତିଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ । କାରଣ ଦେଶୀ ଘିଅରେ ଭିଟାମିନ କେ-୨ ରହିଥାଏ,ଯାହା ହାଡକୁ ମଜବୁତ କରିବା ସହ ହାଡରେ କ୍ୟାଲସିୟମକୁ ପହଞ୍ଚାଇଥାଏ ।

-ଥଣ୍ଡା ଧରିଥିବା ସମୟରେ ଦେଶୀ ଘିଅ ସେବନ କରିବା ଦ୍ବାରା ଥଣ୍ଡାଜନିତ ସମସ୍ୟା ଦୂର ହୋଇଥାଏ ।

-ଶରୀରର କୈଣସୀ ସ୍ଥାନରେ ପୋଡି ନଯାଇଥିଲେ ଦେଶୀ ଘିଅ ଲଗାଇବା ଦ୍ୱାରା ଘା ଶୀଘ୍ର ସୁଖି ଯାଇଥାଏ ।

-ଦେଶୀ ଘିଅ ନିୟମିତ ଖାଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ୍ ଭାବରେ ହେବ, ଏସିଡ଼ିଟି ‌ଓ ଗ୍ୟାସ ସମସ୍ୟା ଦୂର ହେବ l