/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638512143.jpg)
benefits of jaggery and ghee
ଘିଅ ଓ ଗୁଡକୁ ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ଏହି ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଘିଅ ଓ ଗୁଡର କମ୍ବିନେସନ ଶରୀରକୁ ଅନେକ ଲାଭ ପହଞ୍ଚାଇଥାଏ । ଚାଲନ୍ତୁ ଜାଣିବା ଏହାକୁ କେଉଁ ସମୟରେ ଖାଇବା ଶରୀର ପାଇଁ ଭଲ ଅଟେ ।
Advertisment
- ଘିଅ ଓ ଗୁଡ଼ ଆପଣ ମଧ୍ୟାହ୍ନ ଭୋଜନ ପରେ ସେବନ କରିପାରିବେ। ନଚେତ ରାତ୍ରି ଭୋଜନ ପରେ ମଧ୍ୟ କରିପାରିବେ। ଏଥିପାଇଁ ଗୋଟିଏ ଚାମଚ ଶୁଦ୍ଧ ଘିଅରେ କିଛି ଗୁଡ ମିଶାନ୍ତୁ। ଏହାକୁ ଭୋଜନର ୫-୧୦ ମିନିଟ ପରେ ସେବନ କରିପାରିବେ ।
- ଘିଅ ଓ ଗୁଡଏଅ ସମ୍ମିଶ୍ରଣକୁ ଏଇଥିପାଇଁ ସୁପରଫୁଡ କୁହାଯାଇଛି କାରଣ ଏଥିରେ ଆୟରନ, ମ୍ୟାଗନେସିୟମ୍ରେ, ପୋଟାସିୟମ ଓ ଭିଟାମିନ ବି-ସି ଭଳି ଅନେକ ପୋଷାକ ତତ୍ତ୍ୱ ରହିଛି।
- ଘିଅରେ ଭିଟାମିନ ଏ, କେ, ଇ, ଡି ସହ ଫ୍ୟାଟି ଏସିଡ ମଧ୍ୟ ରହିଛି। ଏହା କେବେଳେ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ଓ କେଶକୁ ମଧ୍ୟ ଭରପୁର ପୋଷଣ ପ୍ରଦାନ କରିଥାଏ ।
- ଘିଅ ଓ ଗୁଡର ମିଶ୍ରଣ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ।
- ଏହା ଶରୀରରେ ହର୍ମୋନ ସନ୍ତୁଳନକୁ ମେଣ୍ଟେନ କରିବାରେ ସାହାଯ୍ୟ କରିଥାଏ।
- ଏହା ଶରୀରକୁ ଡିଟକ୍ସିଫାଏ ମଧ୍ୟ କରିଥାଏ।
- ଘିଅ ଓ ଗୁଡର ମିଶ୍ରଣ ଏନିମିଆ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)