Advertisment

ଥରେ କରନ୍ତୁ ଏହି ଫେସିଆଲ, ଚମକିବ ଚେହେରା

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାନ୍ତି । ଏନେଇ ଚ୍ୱଚ୍ଚାପାଇଁ ବିଭିନ୍ନ କସମେଟିକ୍ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ ।

author-image
Pallipuspa Samal
milk facial at home

milk facial at home

ଉଜ୍ୱଳ ଓ ସୁନ୍ଦର ତ୍ୱଚ୍ଚା ପାଇଁ ଆମେ ବାହାରେ ବିଭିନ୍ନ ଫେସିଆଲ କରିଥାଉ । କିନ୍ତୁ ଘରେ ଆମେ ବିଭିନ୍ନ ଘରୋଇ ଉପକରଣ ସାହାଯ୍ୟରେ ତ୍ୱଚାକୁ ଚମକେଇ ପାରିବା । ସେଭଳି କେତେକ ସରଳ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଖିର ଫେସିଆଲ୍। ସପ୍ତାହକୁ ଥରେ ଏହି ଫେସିଆଲ୍ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ। ଜାଣନ୍ତୁ ଏହାର ପ୍ରଣାଳୀ ।

Advertisment

ଫେସିଆଲ ପାଇଁ ପ୍ରଥମ ପ୍ରଣାଳୀ:

  • ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ ।
  • ଏହାପରେ ଖିରରେ ସାମାନ୍ୟ ଲେମ୍ବୁ ରସ ମିଶାଇ, ଏହାକୁ ତୁଳା ଦ୍ୱାରା ନିଜ ମୁହଁରେ ଭଲ ଭାବେ ମାଲିସ କରନ୍ତୁ ।
  • କିଛି ସମୟ ମାଲିସ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ ।

୨ୟ ପ୍ରଣାଳୀ:

  • ଏବେ ଖିରରେ ଅଳ୍ପ ଦହି , ଚିନି ମିଶାଇ ଭଲ ଭାବେ ମୁହଁକୁ ୧୦ ରୁ ୧୨ ମିନିଟ ମାଲିସ କରନ୍ତୁ।
  • ଏହାପରେ ମୁହଁକୁ ଧୋଇ ପୋଛି ଦିଅନ୍ତୁ।
Advertisment

୩ୟ ପ୍ରଣାଳୀ:

  • ଚୁଲିରେ ଏକ ପାତ୍ରରେ ଉଷୁମ ପାଣି କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ।
  • ଏହାପରେ ଏହି ପାଣିରେ ଏକ ଛୋଟ ପତାଳା ତଉଲିଆକୁ ବୁଡ଼ାଇ ଭଲ ଭାବେ ଚୁପୁଡ଼ି ଏହାକୁ ମୁହଁ ପୋଛିବା ଭଳି କରନ୍ତୁ।
  • ଏହିଭଳି ଭାବେ୨ ରୁ ୩ ଥର କରନ୍ତୁ ।

୪ର୍ଥ ପ୍ରଣାଳୀ:

  • ୪ ରୁ ୫ ଚାମଚ ଖିରରେ ଅଳ୍ପ ହଳଦୀ, ବେସନ, ମହୁ, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
  • ଏହାକୁ ମୁହଁରେ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ।
  • ଏହାପରେ ମୁହଁ ଧୋଇ ଦିଅନ୍ତୁ।

ଏହିପରି ୨ ସପ୍ତାହରେ ଥରେ ଫେସିଆଲ କରନ୍ତୁ । ତ୍ୱଚା ଦିନକୁ ଦିନ ଚମକିବ ।

Health News
Advertisment
Advertisment