/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627747445.jpg)
Dengue Panic
କଟକ-ଭୁବନେଶ୍ୱର ଦୈତନଗରୀରେ ଡେଙ୍ଗୁ ଭୟ। ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ ମହାନଗରବାସୀ। ରାଜଧାନୀରେ ରୋଗୀଙ୍କ ସଂଖ୍ୟା ହୁ ହୁ ବଢିବା ସହ ମାତ୍ର କେଇ ଦିନରେ ୫ ଶହ ଟପିଲାଣି। ଉଦବେଗର ବିଷୟ, ବସ୍ତି କିମ୍ବା ସହରତଳି ଅଞ୍ଚଳରେ ନୁହଁ ରାଜଧାନୀର ସଂଭ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଓ କଳ୍ପନା ଅଞ୍ଚଳରେ ଡେଙ୍ଗୁର ପ୍ରକୋପ ଅଧିକ ରହିଛି। ଏହାକୁ ନେଇ ବିଏମସି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜଧାନୀ ବାସିନ୍ଦା। ନାଳ-ନର୍ଦ୍ଦମା ସଫା, ଘାସ, ଲଟା ଓ ବୁଦା କଟେଇ ସାଙ୍ଗକୁ ରାସ୍ତାଘାଟ ଠିକରେ ପରିଷ୍କାର ହେଉନଥିବାରୁ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ଅଭିଯୋଗ ହେଉଛି।
ତେବେ ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଫୋକସ କରି ସଫେଇ ଓ ମଶାମରା ଅଭିଯାନକୁ ଜୋରଦାର କରାଯାଇଛି। ତାସହିତ ଡେଙ୍ଗୁ ରୋଗ ସଂପର୍କରେ ଲୋକଙ୍କୁ ସଚେତନ ବି କରାଯାଉଛି। ଡେଙ୍ଗୁ ମଶା ପରିଷ୍କାର ପାଣିରେ ବଂଶ ବିସ୍ତାର କରିବା ସହ ଦିନରେ କାମୁଡୁ ଥିବାରୁ ନିଜ ପରିବେଶ ପ୍ରତି ନିଜେ ସଚେତନ ରହିବାକୁ ପରାମର୍ଶ ଦେଇଛି ବିଏମସି।
ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି।
Also Read
ତେବେ ରୋଗୀ ଚିହ୍ନଟ ହୋଇଥିବା ତୁଳସୀପୁର, ଶଙ୍କରପୁର ଓ ମଙ୍ଗଳାବାଗ ଓ ଜଗତପୁର ଅଞ୍ଚଳରେ ଡେଙ୍ଗୁ ପଜଟିଭ୍ ଚିହ୍ନଟ ହୋଇଥିବାରୁ ଏଠାରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି ସ୍ଥିତି ମୁକାବିଲା ଲାଗି ଏସ୍ସିବିରେ ୩୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଓ୍ୱାର୍ଡ ପ୍ରସ୍ତୁତ ରଖାଯାଇଛି। କେବଳ ଦୁଇ ମହାନଗରୀରେ ସୀମିତ ରହିନି ଡେଙ୍ଗୁ କୋରାପୁଟ ବନ୍ଧୁଗାଁ ବ୍ଲକରେ ଗତ ୩ ସପ୍ତାହ ମଧ୍ୟରେ ୧୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ରାଜ୍ୟର ଅନ୍ୟ ସ୍ଥାନରେ ବି ଡେଙ୍ଗୁ ଜ୍ୱର କାୟା ବିସ୍ତାର କରୁଥିବା ସ୍ପଷ୍ଟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)