Advertisment

ଡେଙ୍ଗୁ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜୀବନ ଚାଲିଯାଇ ପାରେ

ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର ଅର୍ଥ ହେଉଛି ନିଜେ ଡାକ୍ତର ନ ହେବା। କାରଣ ଅନେକ ସମୟରେ ଦେଖାଯାଏ ଯେ କୌଣସି ରୋଗ ହେଲେ ଲୋକେ ନିଜେ ନିଜେ ମେଡିସିନ୍ ଷ୍ଟୋର୍‌ରୁ ଔଷଧ ଆଣି ଖାଇଦିଅନ୍ତି ନଚେତ ଅନ୍ୟ କାହାର ପରାମର୍ଶରେ କିଛି ବି କରି ବସନ୍ତି। ଏ ଦିଗ ପ୍ରତି ଦୃଷ୍ଟିଦେବା ଜରୁରୀ।

author-image
Pramod Behera
Dengue alert do not take painkillers

Dengue alert do not take painkillers

ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର ଅର୍ଥ ହେଉଛି ନିଜେ ଡାକ୍ତର ନ ହେବା। କାରଣ ଅନେକ ସମୟରେ ଦେଖାଯାଏ ଯେ କୌଣସି ରୋଗ ହେଲେ ଲୋକେ ନିଜେ ନିଜେ ମେଡିସିନ୍ ଷ୍ଟୋର୍‌ରୁ ଔଷଧ ଆଣି ଖାଇଦିଅନ୍ତି ନଚେତ ଅନ୍ୟ କାହାର ପରାମର୍ଶରେ କିଛି ବି କରି ବସନ୍ତି। ଏ ଦିଗ ପ୍ରତି ଦୃଷ୍ଟିଦେବା ଜରୁରୀ।

Advertisment

ଡେଙ୍ଗୁ ଏକ ଭାଇରାଲ ଜର। ଦେଖିବାକୁ ଗଲେ ଏହାର କୌଣସି ସ୍ୱତନ୍ତ୍ର ଆରୋଗ୍ୟ ବ୍ୟବସ୍ଥା ନାହିଁ। ଆମ ଶରୀର ନିଜେ ଏହାର ଭାଇରସ ଦ୍ୱାରା ହିଁ ଲଢିଥାଏ ଓ ଏଥିରୁ ଶରୀରକୁ ମୁକ୍ତି ଦେଇଥାଏ। କିନ୍ତୁ ଆପଣଙ୍କୁ ଏତିକି ହିଁ କରିବାକୁ ପଡିବ ଯେ ଏହି ସମୟରେ ପ୍ରଚୁର ପରିମାଣର ପାଣି ପିଇବା ସହିତ ଢେର ପରିମାଣର ତରଳ ପଦାର୍ଥର ସେବନ କରିବାକୁ ହେବ।

Advertisment

ଡେଙ୍ଗୁ କାରଣରୁ ବ୍ୟକ୍ତିର ଶରୀରରେ ଖୁବ ପିଡା ହେବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଫଳରେ ଲୋକେ ବ୍ୟତିବ୍ୟସ୍ତ ହୋଇ ଏଥିରୁ ମୁକ୍ତି ପାଇବା ନେଇ ବ୍ରୁଫେନ୍ ବା କମ୍ବିଫ୍ଲେମ୍ ଭଳି ପେନ୍ କିଲର୍‌ର ସହାୟତା ନେଇଥାନ୍ତି। ଏହି ପେନ୍ କିଲର ନନ୍ ଷ୍ଟେରୋଏଡାଲ୍ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଔଷଧ ହୋଇଥାଏ। ଡେଙ୍ଗୁ ସମୟରେ ଏହି ଔଷଧ ସେବନ କରିବା ଜୀବନ ପ୍ରତି ବିପଦ ହୋଇଥାଏ। ଏହି ଔଷଧ ସେବନ ଦ୍ୱାରା ପେଟରୁ ରକ୍ତସ୍ରାବ ହୋଇପାରେ ଓ ଜୀବନ ଚାଲିଯାଇ ପାରେ।

Dengue alert do not take painkillersଡେଙ୍ଗୁ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଡାକ୍ତରମାନଙ୍କ କହିବା କଥା ଯେ ଡେଙ୍ଗୁ ଆରମ୍ଭରେ ଦେହହାତ ପିଡା ଏକ ସାଧାରଣ ଲକ୍ଷଣ। ଏହି କାରଣରୁ ଅଧିକାଂଶ ଲୋକ ଏହାକୁ ଭାଇରାଲ ଜର ଭାବି ନିଅନ୍ତି। ଫଳରେ ସେମାନେ ଏହିସବୁ ଔଷଧ ଖାଇନେଇଥାନ୍ତି। ଡେଙ୍ଗୁ ସମୟରେ ଆମ ରକ୍ତରେ ପ୍ଲେଟ୍‌ଲେଟ୍ସ ସଂଖ୍ୟା ଲଗାତର ଝରୁଥିବାରୁ ଏହିସବୁ ଔଷଧ ସେବନ ଦ୍ୱାରା ପେଟ ରକ୍ତସ୍ରାବ ସମସ୍ୟା ଦେଖାଦେଇଥାଏ। କାରଣ ଏହି ସମୟରେ ଏଭଳି ଔଷଧ ସେବନ ଦ୍ୱାରା ପ୍ଲେଟ୍‌ଲେଟ୍ସ ଅଧିକ ସଂଖ୍ୟାରେ କ୍ଷରଣ ହୋଇଥାଏ, ଯାହା ଜୀବନ ନେଇପାରେ। ଏହି ଜର ସମୟରେ ଶରୀର ପିଡା ଲାଘବ ନେଇ ଡାକ୍ତର କେବଳ ପାରାସେଟାମୋଲ୍ ବା କ୍ରୋସିନ୍ ଭଳି ଔଷଧ ସେବନ ପାଇଁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ମାନେ କେବେ ବି ନିଜ ଇଛା ଅନୁସାରେ ଏହି ଔଷଧ ସେବନ କରିବେ ନାହିଁ। ଜର ବେଳେ ଡାକ୍ତର ପରାମର୍ଶ ଜରୁରୀ।
ଡେଙ୍ଗୁ ସମୟରେ ଆମ ଶରୀରରେ ରକ୍ତରେ ପ୍ଲେଟ୍‌ଲେଟ୍ସ ଜମା ହୋଇଥାଏ। ଏହି ସମୟରେ ପେନ୍ କିଲର ସେବନ ମଧ୍ୟ ସମାନ କାମ କରିଥାଏ। ଫଳରେ ଭାଇରସର କାମ ସହଜ ହୋଇଯାଏ। ପେନ୍ କିଲର୍ ସେବନ ଦ୍ୱାରା ଯଦି ରକ୍ତସ୍ରାବ ହୁଏ ତେବେ ଏହି ସ୍ଥିତିକୁ ‘ଡେଙ୍ଗୁ ଶାଫ୍ ସିଣ୍ଡ୍ରୋମ୍’ ବୋଲି କୁହାଯାଏ। ରୋଗୀ ଏହି ସ୍ଥିତିକୁ ଆସିଯିବା ବେଳେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ହୋଇଥାଏ।

ଡେଙ୍ଗୁରୁ ମୁକ୍ତି ପାଇବା ନେଇ ପ୍ରୋଟିନ୍ ଓ ଆଇରନ ଯୁକ୍ତ ଖାଦ୍ୟ ପ୍ରଚୁର ଖାଇବାର ଅଛି। ଦିନକୁ ତିନିରୁ ପାଞ୍ଚ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଜରୁରୀ। ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଥାଏ।

Dengue Health
Advertisment
Advertisment