Advertisment

ହୃତପିଣ୍ଡ ପାଇଁ ଡାର୍କ ଚକୋଲେଟ୍

ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ବିଶେଷ କରି ହୃତପିଣ୍ଡ ପାଇଁ ଚକୋଲେଟ୍ ବହୁତ ଲାଭଦାୟକ ଅଟେ, ଶରୀରରେ କୋଲେଷ୍ଟ୍ରଲ୍ କମେଇବାରେ, ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....

author-image
Pallipuspa Samal
ଅଦ୍ୟତନ ହୋଇଛି
benefits of dark chocolate

benefits of dark chocolate

ଚକୋଲେଟ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ଓଜନ ବୃଦ୍ଧି ହେତୁ ବହୁ ଲୋକ ଚକୋଲେଟ ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ଆପଣ ଏବେ ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ ।

Advertisment
  • ଚର୍ମ ପାଇଁ ଲାଭଦାୟକ ଚକୋଲେଟ୍ । ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୁର ଡାର୍କ ଚକୋଲେଟ୍ । ଯାହା ଆମର ଚର୍ମରେ ଚମକ ଆଣେ ।
  • କୋଲେଷ୍ଟ୍ରଲ୍ କମାଇଥାଏ ଚକୋଲେଟ୍ । ଅଳ୍ପ ମାତ୍ରାରେ ଚକୋଲେଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ପରିମାଣ କମିଥାଏ । ଏହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହିତ ଗୁଡ୍ କୋଲେଷ୍ଟ୍ରଲ ତିଆରି କରିବାରେ ସାହାଯ୍ୟ କରିଥାଏ ।
  • ନିମ୍ନ ରକ୍ତଚାପ ପାଇଁ ଚକୋଲେଟ ଖାଇବା ଆବଶ୍ୟକ । ନିମ୍ନ ରକ୍ତଚାପରେ ଡାର୍କ ଚକୋଲେଟ୍ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ନିମ୍ନ ରକ୍ତଚାପ ଥିବା ବ୍ୟକ୍ତିଙ୍କର ରକ୍ତଚାପକୁ ଏହା ନିୟନ୍ତ୍ରିତ କରିଥାଏ ।
Dark chocolate for the heartDark chocolate for the heart
  • ହୃତପିଣ୍ଡ ପାଇଁ ଲାଭଦାୟକ ଚକୋଲେଟ୍ । ଚକୋଲେଟ୍ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟ୍ ହୃଦଘାତର ଆଶଙ୍କା ୫୦ ପ୍ରତିଶତ ହ୍ରାସ କରିଥାଏ । ତେଣୁ ଅଳ୍ପ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ଶରୀରର କୈଣସୀ କ୍ଷତି ହୋଇନଥାଏ ।
  • ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ଚକୋଲେଟରେ ସେରୋଟୋନିନ୍ ରହିଥାଏ ଯାହା ଏହା ଆମ ମନକୁ ସତେଜ ରଖିବା ସହିତ ଚାପକୁ ଦୂର କରିଥାଏ ।
Advertisment
Benefits Of Dark Chocolate
Advertisment
Advertisment