• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଯନ୍ତ୍ରଣାରୁ ମୁକ୍ତି ଦିଏ କାନ୍ଦଣା

  • କାନ୍ଦିଦେଲେ ହାଲୁକା ହୋଇଯାଏ ମନ

ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି । ନିକଟରେ କିନ୍ତୁ ଗବେଷକ ଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ । ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ । ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବା ବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ କାନ୍ଦିବା ପ୍ରଶିକ୍ଷକଙ୍କୁ ମଧ୍ୟ ଯୋଗାଡ଼ କରାଗଲା ।

 ସ୍ୱସ୍ଥ୍ୟ ପାଇଁ କାନ୍ଦିବା କାହିଁକି ଜରୁରୀ ଅଟେ:

  • ଗବେଷଣାରୁ ଜଣା ଯାଇଛି ଯେ, ଯନ୍ତ୍ରଣାରୁ ମୁକ୍ତି ପାଇଁ ସାହାଯ୍ୟ କରେ କାନ୍ଦ । ମନରେ ଗଭୀର ଆଘାତ ଲାଗିଲେ ମଣିଷ ଦୁଃଖରେ ଭାଙ୍ଗିପଡେ । ହେଲେ କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଯାଏ ।
  • ଅନୁସନ୍ଧାନରୁ ଜଣାପଡିଛି ଯେ କାନ୍ଦିବା ଦ୍ୱାରା ଆତ୍ମା ଶାନ୍ତ ହେବା ସହିତ ଭାବପ୍ରବଣ ହୋଇ ଲୁହ ବୋହିବା ଦ୍ୱାରା  ଶରୀରରେ ଅକ୍ସିଟୋସିନ୍ ଏବଂ ଏଣ୍ଡୋରଫିନ୍ ମୁକ୍ତ ହୋଇଥାଏ ।
  • ଏହି ରାସାୟନିକ ପଦାର୍ଥ ଲୋକମାନଙ୍କୁ ଭଲ ଅନୁଭବ କରେ ଏବଂ ଉଭୟ ଶାରୀରିକ ଏବଂ ଭାବନାତ୍ମକ ଯନ୍ତ୍ରଣାକୁ ମଧ୍ୟ ସହଜ କରିଥାଏ । ଏହିପରି, କାନ୍ଦିବା ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ସୁସ୍ଥତାର ଭାବନାକୁ ବୃଦ୍ଧି କରାଇଥାଏ ।
  • ଟୋକିଓର ଏକ ବୀମା ଅନ୍ତର୍ଜାତୀୟ କମ୍ପାନୀର ୪୩ ଜଣ କର୍ମଚାରୀଙ୍କୁ ସାମିଲ କରାଗଲା । ଜନୈକ କର୍ମଚାରୀ ୟୋଶିବାଙ୍କ ମତରେ ପ୍ରକୃତରେ ହସିବା ଚୁପ୍ ରହିବା ଠାରୁ କାନ୍ଦିବାର ପ୍ରତିକ୍ରିୟା ଭିନ୍ନ ଅଟେ ।
  • କାନ୍ଦିଲେ ମନ ଶାନ୍ତ ହେବା ସହ ଖୁବ ହାଲୁକା ଲାଗେ । ଜାପାନରେ ଗବେଷକ ଦଳ ଏଇ ପରିପ୍ରେକ୍ଷୀରେ ସଫଳ ହେବା ପରେ ବର୍ତ୍ତମାନ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ‘କାନ୍ଦିବା ଜରୁରୀ’ କାର୍ଯ୍ୟକ୍ରମ ଆଗେଇବାରେ ଲାଗିଛି ।
  • ଗବେଷକଙ୍କ ଅନୁଯାୟୀ ଛୋଟ ଶିଶୁଙ୍କ ପାଇଁ କାନ୍ଦିବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଶିଶୁଙ୍କ ଶରୀରକୁ ଟାଣ ଓ ମଂସପେଶୀକୁ ମଜବୁତ କରାଇଥାଏ ।