Advertisment

ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।

author-image
Satyendu Shekher Mishra
ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

AIIMS

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି । ଏହି କେନ୍ଦ୍ରରେ ବିଭିନ୍ନ ପ୍ରକାର ଫଙ୍ଗସ୍ ଉପରେ ଗବେଷଣା କରାଯିବ । ଗବେଷଣା ପାଇଁ ICMR ଆଗାମୀ ୩ ବର୍ଷ ମଧ୍ୟରେ ଅଢ଼େଇ କୋଟି ଟଙ୍କା ଦେବ । ଏହାକୁ ପୂର୍ବ ଭାରତର ରେଫରାଲ ସେଣ୍ଟର ଭାବେ ଉପଯୋଗ କରାଯିବ ବୋଲି କୁହାଯାଇଛି ।

Advertisment

ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର ନୂତନ କୀଟାଣୁ ସଂକ୍ରାନ୍ତରେ, ଏହି ସେଣ୍ଟର ଅନୁଧ୍ୟାନ କରିବ । ଏହାର ପ୍ରତିକାର ସଂକ୍ରାନ୍ତରେ ମଧ୍ୟ ଏହି ସେଣ୍ଟର ବେଶ୍ ପ୍ରଭାବଶାଳୀ ହେବ ବୋଲି ସୂଚନା ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନବେ । ଏହି ସେଣ୍ଟରରେ ଗବେଷକଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇସାରିଥିବା କହିଛନ୍ତି ଏମ୍‌ସ ନିର୍ଦ୍ଦେଶିକା ।

Advertisment

ଆଉ ଏକ ବଡ଼ କଥା ହେଲା, ଏବେ ଏମ୍‌ସରେ ହେବ ମାଗଣା ଇକ୍‌ମୋ ଚିକିତ୍ସା । ଏମ୍‌ସ ପକ୍ଷରୁ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି । ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଏମ୍‌ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ ।

ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ।୨ୟ ଲହରର ଭୟାବହତାକୁ ସାମ୍ନା କରିଥିବା ଲୋକେ ୩ୟ ଲହର ପାଇଁ ଏକ ପ୍ରକାର ଆତଙ୍କିତ ହୋଇ ପଡ଼ିଛନ୍ତି। ୨ୟ ଲହର ଅନେକ ଜୀବନ ନେଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନେକ ଅବ୍ୟବସ୍ଥା ପଦାରେ ପକାଇଲା। ତେଣୁ ୩ୟ ଲହର ଆସିବା ପୂର୍ବରୁ ଏହି ସବୁ ତ୍ରୁଟି ସୁଧାରିବାକୁ ଚେଷ୍ଟା କରୁଛନ୍ତି ସରକାର। ବିଶେଷକରି ରାଜ୍ୟରେ ଇକ୍‌ମୋ ଚିକିତ୍ସା ସେବା ନ ଥିବାରୁ ରାଜ୍ୟ ବାହାରକୁ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଥିଲା ।

ଅନ୍ୟପଟେ ଅଗଷ୍ଟ ୧୫ରୁ କଟକ SCBରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି । ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।

Health Department AIIMS Scb
Advertisment
Advertisment