• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା(ଦିଲୀପ କୁମାର ସାହୁ) : ଘରର ରୋଜଗାରିଆର ମଣିଷ ଖଟରେ ପଡ଼ି ପଡ଼ି ଦିନ ଗଣୁଛି । ବୋଝ ପାଲଟି ଗଲାଣି ଜୀବନ । ଅସହାୟ ହୋଇ ଶୋଇ ରହୁଛନ୍ତି ଭକ୍ତ ଚରଣ । ସବୁ ଠିକଠାକ୍ ଚାଲିଥିଲା । ପରିବାର ଚଳାଇବା ପାଇଁ ସେ ଶ୍ରମିକ ଭାବେ କାମ କରୁଥିଲେ । ଯାହା ଯେତିକି ରୋଜଗାର ହେଉଥିଲା ଦୁଃଖେ ସୁଖେ ପରିବାର ଚଳୁଥିଲା । ହେଲେ ରାଇସ ମିଲରେ ତାଙ୍କ ଉପରେ ଧାନବସ୍ତା ପଡିଯିବା ପରେ ଏବେ ଯନ୍ତ୍ରଣାରେ ଛଡପଟ ହୋଇ ବିଛଣାରେ ପଡି ଦୁର୍ବିସହ ଜୀବନ କାଟୁଛନ୍ତି । ଗୋଟିଏପଟେ ଗରିବୀ ଅନ୍ୟପଟେ ଆବଶ୍ୟକ ଅପରେସନ । ଚିକିତ୍ସାରେ ଅର୍ଥ ବାଧକ ସାଜିଛି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାକିଂଘିର୍ଡି ସହଁରାଟିକିରାର ଭକ୍ତ ଚରଣ ଭୁଏ । ବୟସ ୪୭ । ଭକ୍ତଙ୍କ ପରିବାର କହିଲେ ସ୍ତ୍ରୀ ପଦ୍ମିନୀ, ପୁଅ ପ୍ରିତମ,ସିଦ୍ଧି ଏବଂ ବୁଢ଼ୀ ମା । ପରିବାରର ପେଟକୁ ଦାନା ଯୋଗାଇବା ପାଇଁ ସିଂଘିଯୁବା ପଚାଂୟତ ଘାଟି ଜାମପାଲି ବାଳାଜୀ ରାଇସ୍ ମିଲରେ ଦୀର୍ଘମାସ ଧରି ଶ୍ରମିକ ଭାବେ କାମ କରୁଥିଲେ । ହେଲେ ରାଇସ୍ ମିଲରେ ଗଦା ହୋଇଥିବା ଧାନବସ୍ତା ହଠାଥ୍ ତାଙ୍କ ଦେହ ଉପରେ ପଡିଥିବାରୁ ସେ ତଳେ ଚାପି ହୋଇଯାଇଥିଲେ । ଅଟାଂରେ ପ୍ରବଳ ମାଡହୋଇ ବ୍ଲାଡର ଫାଟିଯାଇଥିଲା । ବାଳାଜୀ ରାଇସ୍ ମିଲ ମାଲିକ ଭକ୍ତଚରଣଙ୍କ ସମସ୍ତ ଚିକିତ୍ସା ବହନ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ହେଲେ ନିଜ ପ୍ରତିଶ୍ରୁତି ରଖି ନଥିବା ଅଭିଯୋଗ ହୋଇଛି । ଚାରିମାସ ହେବ ସେ ଶଯ୍ୟାଶାୟୀ ହୋଇପଡିଛନ୍ତି ।

ଭକ୍ତ ଚରଣକୁ ଅପରେସନ ପାଇଁ ପରିବାର ଲୋକେ ଜମିବାଡିକୁ ବନ୍ଧକ ରଖିବା ସହ ଘରେ ଯାହାକିଛି ଥିଲା ସବୁବିକି ଭାଞ୍ଜି ଦେଇଛନ୍ତି । ଏବେ ଘରେ ପିଲାଙ୍କ ମୁହଁରେ ଦାନା ଦେବା କଷ୍ଟକର ହୋଇପଡ଼ୁଛି । ଯେତିକି ଟଙ୍କା ଥିଲା ସେଥିରେ ବିନିକା,ବରଗଡ ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଚିକିତ୍ସା କରାଇଥଲେ । ତଥାପି ତାଙ୍କ ଅବସ୍ଥାରେ କୌଣସି ସୁଧାର ନାହିଁ । ଡାକ୍ତର କହୁଛନ୍ତି ତୁରନ୍ତ ଅପରେସନ୍ କରାଇବାକୁ ପଡ଼ିବ । ହେଲେ ଏତେ ଟଙ୍କା ପରିବାର ଲୋକେ କେଉଁଠୁ ଯୋଗାଡ କରିବେ ? ସରକାରଙ୍କ ଏତେ ଗୋଡାଏ ଥିଲେ ସୁଦ୍ଧା ଏହି ଗରିବ ପରିବାର ଜନହିତକାରୀ ଯୋଜନାରୁ ବଂଚିତ । ଅପରପକ୍ଷେ ଏନେଇ ଆମେ ବିନିକା ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା । ପ୍ରଶାସନ ସହଯୋଗ କରିବ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମେଡିକାଲ ଟ୍ରିଟମେଣ୍ଟ୍ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।