Advertisment

ସ୍ୱାସ୍ଥ୍ୟ ପାଇଁ ତେଜପତ୍ର,ଜାଣିବା ଏହାର ଚମତ୍କାରୀ ଗୁଣ

ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ ।

author-image
Pallipuspa Samal
Benefits of  Bay leaf

Benefits of Bay leaf

ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର  ମଧ୍ୟ ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ । ତେଜପତ୍ରରେ ଆଣ୍ଟିଆକ୍ସିଡେଣ୍ଟ,ଭିଟାମିନ -ଏ ,ଭିଟାମିନ-ସି,ଆଇରନ,ଫୋଲିକ ଏସିଡ ଭରପୁର ମାତ୍ରାରେ ରହିଛି । ତେଜପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଆଣ୍ଟିଫୋଂଗାଲ ,ଆଣ୍ଟିବ୍ୟାକ୍ଟେରିଆ ଗୁଣ ଯୋଗୁ ଆୟୁର୍ବେଦରେ ଏହାକୁ ଅନେକ ବ୍ୟବହାର କରାଯାଇଥାଏ ।

Advertisment
  • ଯେଉଁ ଲୋକମାନେ ଡାଇବେଟିଜ୍ ଟାଇପ୍-୨ରେ ଆକ୍ରାନ୍ତ ସେମାନଙ୍କୁ ତେଜପତ୍ର ସେବନ କରିବା ଆବଶ୍ୟକ । କାରଣ ଏହା ଦ୍ୱାରା ସେମାନଙ୍କ ଗ୍ଲୁକଜର ସ୍ତର ଠିକ ରହିଥାଏ ।
  • ହଜମ ଶକ୍ତି ବଢାଏ ତେଜପତ୍ର । ତେଜପତ୍ର ବିଶେଷ କରି ଏକ ପ୍ରକାରର ଏଞ୍ଜାଇମ ରହିଛି,ଯାହା ଡାଇଜେସନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏସିଡ଼ିଟି ସମସ୍ୟାରେ ଆକ୍ରାନ୍ତ ରହୁଛନ୍ତି ତେବେ ତେଜପତ୍ର ପକାଇ ଚା ପିଇବା ଆବଶ୍ୟକ । ଏହାଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ ।
  • କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଏ ତେଜପତ୍ର । ଯଦି ଶରୀରରେ ଖରାପ କୋଲେଷ୍ଟ୍ରଲ କମ୍ କରିବାକୁ ଚାହୁଁଛନ୍ତି ତେବେ ତେଜପତ୍ରର ଉପଯୋଗ କରିବା ନିହାତି ଉଚିତ । ଏହା LDL ସ୍ତରକୁ କମ୍ କରିବା ସହିତ ଓ ହୃତତ୍ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
  • ମାନସିକ ଦୁଶ୍ଚିନ୍ତାକୁ ଦୂର କରେ ତେଜପତ୍ର । ମାନସିକ ଦୁଶ୍ଚିନ୍ତା ଯୋଗୁ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ଭଳି ସ୍ତରରେ ଶରୀରରେ ଷ୍ଟ୍ରେସ ହର୍ମୋନ ସ୍ତରକୁ ତେଜପତ୍ର କମ୍ କରିବାରେ ସାହାଯ୍ୟ କରେ ଓ ମସ୍ତିଷ୍କକୁ ଶାନ୍ତ ରଖେ ।
  • ଗବେଷଣାରେ ଜଣାପଡିଛି ଯେ ତେଜପତ୍ର ଆଣ୍ଟିମାଇକ୍ରୋବିଏଲ୍ ରହିଛି ଯାହା ଶରୀରରେ ଯେକୌଣସି ସ୍ଥାନରେ ଘା ହୋଇଗଲେ ତାହାକୁ ଦ୍ରୁତ ଗତିରେ ଠିକ କରିଥାଏ ।
Advertisment
Benefits Of Bay Leaf Health News
Advertisment
Advertisment