• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର (ସଞ୍ଜୀବ ନାୟକ) : ’ମୋତେ ଟିକେ ସାହାଯ୍ୟ କର । ମୁଁ ‍ବଞ୍ଚି ଯିବି । ମୋ ପିଲା ଦୁଇଟା ବଞ୍ଚି ଯିବେ ’ । ଏମିତି ଆକୁଳ ନିବେଦନ କରୁଛନ୍ତି ଯାଜପୁର ବ୍ଲକ ଚଇନିପୁରର ନୃତ୍ୟ କଳାକାର ଦୀପକ ନାୟକ । ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ ବଂଚିବାକୁ ସହାୟତା ଭିକ୍ଷା କରୁଛନ୍ତି । ଦିନ ଥିଲା ସେ ନୃତ୍ୟ କଳାକାର ଭାବେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ତାସହ କଳାକୁ ବଞ୍ଚାଇବା ଲାଗି ନୃତ୍ୟ ଗୁରୁଙ୍କ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରି ଜୀବନ ଜୀବିକା ଲାଗି ସୁଯୋଗ ସୃଷ୍ଟି କରୁଥିଲେ । କିନ୍ତୁ ଆଜି ସେ ଜୀବନ ସହ ଯୁଦ୍ଧ କରୁଛନ୍ତି । ସନ୍ତାନ ଓ ପତ୍ନୀ ପରିବାର ଲାଗି ବଂଚିବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଦୀପକଙ୍କ ଘର ଯାଜପୁର ବ୍ଲକ ଚଇନିପୁର ଗ୍ରାମରେ । ଆଜି ବି ଛଣ ଛପର ଘରେ ଦିନ କଟୁଛି । ନୃତ୍ୟ ଗୁରୁ ଭାବେ ବହୁ ନୃତ୍ୟ କଳାକାର ତିଆରି କରିଥିବା ବେଳେ ଜଲିଉଡରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ କିଣିଛନ୍ତି । କରୋନା କାଳରେ ଯାତ୍ରା ବନ୍ଦ ରହିବା ସହ ଅନ୍ୟାନ୍ୟ ପ୍ରୋଗ୍ରାମ ବନ୍ଦ ଥିବାରୁ ବହୁ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ । ଆଉ ଏହାରି ଭିତରେ ରୋଗଗ୍ରସ୍ତ ହୋଇ ପଡ଼ିଛନ୍ତି ଦୀପକ୍ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି ।

ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ସହି ପାରୁନାହାନ୍ତି ସ୍ତ୍ରୀ । ଆମ ପରିବାରକୁ ସାହାଯ୍ୟ କର । ସ୍ୱାମୀଙ୍କ ଦୁଇଟି କିଡନି ଖରାପ ହୋଇଯାଇଛି । ମୁଁ ମୋର କିଡନୀ ଦେଇ ସ୍ୱାମୀଙ୍କୁ ବଂଚାଇ ରଖିବାକୁ ଚାହୁଁଛି । ସ୍ତ୍ରୀ କିଡନି ଦେବାକୁ ପ୍ରସ୍ତତ ଥିଲେ ବି ଘରୋଇ ନର୍ସିଂ ହୋମରେ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେ ଭଲ ନହୋଇ ପାରିଲେ ମୋ ଛୁଆ ବାପା ମା ଛେଉଣ୍ଡ ହୋଇଯିବେ । ଗୋଟିଏ କଳାକାରର କଳା ଓ ପରିବାରର ଭେଳା ବୁଡିଯିବ । କାନ୍ଦି କାନ୍ଦି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରୁଛନ୍ତି ତାଙ୍କ ସ୍ତ୍ରୀ ।

ଏନେଇ ଆମେ ଯାଜପୁର ଜିଲ୍ଲାପ୍ରଶାସନସହ ଯୋଗାଯୋଗ କରାଯାଇଥିଲା । ନୃତ୍ୟ କଳାକାରଙ୍କୁ ଶୀଘ୍ର ସହାୟତା ଦିଆଯିବର ପ୍ରତିଶୃତି ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ସେପଟେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଗୋଟିଏ କଳାକାରର ବୃତ୍ତି ବଞ୍ଚିପାରିବ ଓ ତାଙ୍କ ତାଙ୍କ ପରିବାର ନୂଆ ଜୀବନ ପାଇପାରିବ ବୋଲି ଆଶା ରଖିଛନ୍ତି ଦୀପକ ଓ ତାଙ୍କ ପତ୍ନୀ ।

Other Stories

  • Delhi Pollution
    National ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ

    ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। 

  • BJD Pressmeet
    Politics ଭକ୍ତ ଦାସଙ୍କୁ ଜବାବ ମାଗିଲେ ସସ୍ମିତ: କ୍ରାନ୍ତି କିଏ ?

    ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।...

  • UPPSC  recruitment
    Jobs ସରକାରୀ ଚାକିରି ଖୋଜୁଛନ୍ତି କି? ଖାଲି ପଡିଛି ପଦବୀ

    ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC)ରେ ବିଭିନ୍ନ ପଦବୀରେ ଭର୍ତ୍ତି...

  •  Lord Mahadev
    Festivals & Events ମହାଦେବଙ୍କ ତୃତୀୟ ନେତ୍ରର ରହସ୍ୟ କ’ଣ ?

    ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । ହିନ୍ଦୁ ଧର୍ମ ଅନୁଯାୟୀ ଏହି ମାସରେ ଭଗବାନ ଶିବଙ୍କର ଦର୍ଶନ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ପୁରାଣ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ନେଇ...