/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635059073.jpg)
Methi Prawns Recipe
ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ନୂଆ ଓ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମେଥି ଚିଙ୍ଗୁଡ଼ି’। ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ଦହି ମେଥି ଚିଙ୍ଗୁଡ଼ି’ ବନେଇବା ପାଇଁ ସାମଗ୍ରୀ:
ଚିଙ୍ଗୁଡ଼ି ମାଛ, ଦହି, ମେଥି ଶାଗ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ତେଲ ଓ ଲୁଣ ।
ପ୍ରସ୍ତୁତି ସାମଗ୍ରୀ:
- ପ୍ରଥମେ ଚିଙ୍ଗୁଡ଼ି ମାଛର ଚୋପାକୁ ଛଡାଇ ଭଲ ଭାବେ ଧୋଇ ଦିଅନ୍ତୁ ।
 - ଏହାପରେ ଚିଙ୍ଗୁଡ଼ିକୁ ଏକ ପାତ୍ରରେ ରଖନ୍ତୁ ,ସେଥିରେ ଦହି ଗୋଲ ମରିଚ,ଅଳ୍ପ ଲୁଣ ଓ ଲେମ୍ବୁ ରସ ପକାଇ ଗୋଳାଇ ଦିଅନ୍ତୁ ।
 - ଏହାକୁ ଭଲ ଭାବେ ମିଶି ଗଲା ପରେ ଏହାକୁ ଘୋଡାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
 - ଘଣ୍ଟାଏ ପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।
 - ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ରହିଥିବା ଚିଙ୍ଗୁଡିର ମିଶ୍ରଣକୁ ପକାଇ ଭାଜନ୍ତୁ ।
 - ଏହାପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ ।
 - ତେଲ ଗରମ ହୋଇଗଲା ପରେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍ ଯାଏ ଭାଜନ୍ତୁ ।
 - ଏହାପରେ ସେଥିରେ କଟା ପିଆଜ,ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ ଭାଜି ଦିଅନ୍ତୁ ।
 - ଏହାପରେ ଟମାଟୋ ପ୍ୟୁରି ପକାଇ କିଛି ସମୟ ଗୋଳାଇ କଷି ଦିଅନ୍ତୁ ।
 - ଏହାପରେ ଚୂନା ଚୂନା କଟା ହୋଇଥିବା ମେଥି ଶାଗକୁ ଏଥିରେ ପକାଇ ଗୋଳାନ୍ତୁ ।
 - ଏହାପରେ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ ଭଳ ଭାବେ କଷନ୍ତୁ ।
 - ଶାଗ ଅଳ୍ପ ସିଝି ହୋଇଗଲେ ଏଥିରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ ।
 - ଏହାପରେ ଘୋଡ଼ଣୀ ଦେଇ ଚିଙ୍ଗୁଡ଼ି ଓ ମେଥିକୁ ସିଝିବାକୁ କିଛି ସମୟ ଛାଡ଼ିଦିଅନ୍ତୁ।
 - ଏହାପରେ ଚୁଲିକୁ ବନ୍ଦ କରି ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
 
Advertisment
ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ ଦହି ମେଥି ଚିଙ୍ଗୁଡ଼ି’ । ଏହି ରେସିପିଟିକୁ ଆପଣ ଫ୍ୟାଏଡ୍ ରାଇସ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)