• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ମଟନ୍ କୋରମା

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ମଟନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ମଟନ ତରକାରି ଆଉ କେତେବେଳେ ମଟନ କଷା ଆପଣ ମାନେ ତିଆରି କରିଥିବେ । ତେବେ ଆମେ ଆପଣ ମାନଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ କୋରମା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ମଟନ୍ କୋରମା ବନେଇବା ପାଇଁ ସାମଗ୍ରୀ:

ମଟନ୍‌-୫୦୦ ଗ୍ରାମ୍, ପିଆଜ, ଦହି-୨କପ୍ , ଅଦା ରସୁଣ ପେଷ୍ଟ, ତେଜପତ୍ର, ଅଳେଇଚ, ଗୁଜୁରାତି, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ରିଫାଇନ ତେଲ ଓ ଅଳ୍ପ ଘିଅ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ମଟନ୍‌ ନିଅନ୍ତୁ । ଏଥିରେ ଦହି, ଧନିଆ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଅଳ୍ପ ଲୁଣ ଇତ୍ୟାଦିକୁ ପକାଇ ଭଲ ଭାବରେ ଗୋଳାଇ ଅଧଘଣ୍ଟା ଘୋଡ଼ାଇ ରଖିଦିଅନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରନ୍ତୁ ଓ ସେଥିରେ କଟା ପିଆଜକୁ ଭାଜନ୍ତୁ ।
  • ପିଆଜ ଗୋଲ୍ଡେନ ବ୍ରାଉନ୍‌ ହୋଇଗଲା ପରେ ଏହାକୁ କଡେଇରୁ ବାହାରକୁ କାଢ଼ି ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ବାଟି ଦିଅନ୍ତୁ ।
  • ଏହାପରେ ଅଳ୍ପ ଘିଅ ଗରମ କରି ତେଜପତ୍ର, ଅଳେଇଚ, ଗୁଜୁରାତି ପକେଇ ଅଳ୍ପ ଭାଜିଦିଅନ୍ତୁ ।
  • ଏହା ପରେ ଏଥିରେ ‌ଆଗରୁ ଗୋଳା ହୋଇ ରଖାଯାଇଥିବା ମଟନର ମିଶ୍ରଣକୁ ପକାଇ ଦିଅନ୍ତୁ ।
  • ଏହାପରେ ୧୦ମିନିଟ୍ ମଟନ କସିଲା ପରେ ଏବେ ଏଥିରେ ଏକ କପ୍‌ ପାଣି ଦେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କମ୍ ଆଞ୍ଚରେ ଘୋଡ଼ାଇ ରଖନ୍ତୁ ।
  • ପୂର୍ବରୁ ରଖା ହୋଇଥିବା ପିଆଜ ବଟାକୁ ଏଥିରେ ପକାଇ ଭଲ ଭାବରେ କଷନ୍ତୁ।
  • ମସଲା ଓ ମିଶ୍ରଣ ଭଲଭାବେ କଷି ହୋଇଗଲା ଆଉଥରେ ପରେ ଅଳ୍ପ ପାଣି ଦେଇ ଏହାର ଘୋଡ଼ଣୀ ଘୋଡ଼ାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
  • ମଝିରେ ମଝିରେ ଏହାର ଘୋଡ଼ଣୀ କାଢ଼ି ଆସ୍ତେ ଧିମା ଆଞ୍ଚରେ ମଟନକୁ କଷି ଦିଅନ୍ତୁ । ମନେ ରଖନ୍ତୁ କଡେଇରେ ମସଲା ଯେମିତି ନଲାଗେ।
  • ଅଧଘଣ୍ଟା ପରେ ଘୋଡ଼ଣା କାଢ଼ି ଦିଅନ୍ତୁ ଓ ଉପରେ ଅଳ୍ପ ଗରମ ମସଲା ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ ମଟନ୍‌ କୋର୍‌ମା’। ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ‘ ମଟନ୍‌ କୋର୍‌ମା’