Advertisment

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମାଟିହାଣ୍ଡି ମଟନ୍’

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମାଟିହାଣ୍ଡି ମଟନ୍‘ । ଏହି ରେସିପିଟିକୁ ଆମେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Mati Handi Mutton

Mati Handi Mutton

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମାଟିହାଣ୍ଡି ମଟନ୍‘ । ଏହି ରେସିପିଟିକୁ ଆମେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ମାଟିହାଣ୍ଡି ମଟନ୍’ ବନେଇବା ପାଇଁ ସାମଗ୍ରୀ:

ମାଟି ହାଣ୍ଡି,ଖାସି ମାଂସ, ଜିରା, ରସୁଣ, ଧନିଆ ପେଷ୍ଟ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ପିଆଜ, ସ୍ୱାଦନୁସାରେ ଲୁଣ ।

Advertisment

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ମାଟି ହାଣ୍ଡି ନିଅନ୍ତୁ ,ହାଣ୍ଡି ଭିତର ପଟେ ଟିକେ ତେଲ ଲଗାଇ ଦିଅନ୍ତୁ। ହାଣ୍ଡିରେ ତେଲ ଲଗାଇବା ଦ୍ୱାରା ଆଉ ସେଥିରେ ମସଲା ଲାଗେ ନାହିଁ ।
  • ଏହାପରେ ଚୁଲିକୁରେ ହାଣ୍ଡିକୁ ବସାନ୍ତୁ ,ହାଣ୍ଡି ଗରମ ହୋଇଗଲେ ସେଥିରେ ତେଲ ପକାନ୍ତୁ ।
  • ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଅଳ୍ପ ଭାଜନ୍ତୁ ।
  • ଏହାପରେ ଜିରା, ରସୁଣ, ଧନିଆ ପେଷ୍ଟ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବରେ ମସଲାକୁ କଷନ୍ତୁ ।
  • ଏହା ପରେ ସେଥିରେ ହଳଦି ଗୁଣ୍ଡ ଓ ଅଳ୍ପ ପାଣି ଦେଇ ପୁଣି କଷନ୍ତୁ ।
  • ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ମଟନ, ଲୁଣ, ଗରମ ମସଲା ଓ ପାଣି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏବେ ହାଣ୍ଡିରେ ଘୋଡ଼ଣୀ ଦେଇ ଘୋଡ଼ାଇ ଦିଅନ୍ତୁ ଏବଂ ମାଂସକୁ ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ମଝିରେ ମଝିରେ  ଘୋଡ଼ଣୀ କାଢ଼ି ମାଂସକୁ ଗୋଳାଇ ଦିଅନ୍ତୁ ।
  • ମଟନ୍‌ ଭଲ ଭାବେ ସିଝିଯିବା ପରେ ହାଣ୍ଡିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
  • ମନେ ରଖନ୍ତୁ ମଟନର ଝୋଳ ବା ଗ୍ରେଭି ବହଳିଆ ରଖିବେ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମାଟି ହାଣ୍ଡି ମସଲା ମଟନ୍‌ । ଏହି ରେସିପିଟି ଆପଣ ଗରମ ଭାତ କିମ୍ବା ରୁଟି ଓ ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗେ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes Mati Handi Mutton
Advertisment
Advertisment