• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିଲି ବେବିକର୍ଣ୍ଣ’

ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ତିଆରି କରିବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ, ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଚିଲି ବେବିକର୍ଣ୍ଣ’ ବନେଇବା ପାଇଁ ସାମଗ୍ରୀ:

ବେବିକର୍ଣ୍ଣ-୨୦୦ ଗ୍ରାମ,ମଇଦା-୨୫ ଗ୍ରାମ,ଆରାରୁଟ ପାଇଡର- ୨୫ ଗ୍ରାମ,ପିଆଜ ୨ଟି,କଞ୍ଚା ଲଙ୍କା ୨ଟି,ପିଆଜ ୨ଟି,ସିମଲା ଲଙ୍କା ୩ଟି,ଅଦା ରସୁଣ ପେଷ୍ଟ,ଚିଲି ସସ୍-୨ ଚାମଚ,ଟମାଟୋ ସସ୍-୨ ଚାମଚ,ସୋୟା ସସ୍ -୧ ଚାମଚ ଅଳ୍ପ ରିଫାଇନ ତେଲ,ଅଳ୍ପ ରାଶି,ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବେବିକର୍ଣ୍ଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
  • ଏହାପରେ ସେଥିରେ ଆରାରୁଟ ପାଇଡର,ମଇଦା ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
  • ଏହା ପରେ ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ଛୋଟ ଛୋଟ କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ଆଗରୁ ଗୋଳା ହୋଇଥିବା ବେବିକର୍ଣ୍ଣକୁ ତେଲରେ ଗୋଲ୍ଡେନ ବ୍ରାଉନ୍ ହେବା ଯାଏଁ ଛାଣି ଦିଅନ୍ତୁ ।
  • ଏହାପରେ ଅନ୍ୟ କଡେଇରେ ଅଳ୍ପ ତେଲ ପକାନ୍ତୁ,ତେଲ ଗରମ ହେବା ପରେ ଆଗରୁ କଟା ହୋଇଥିବା ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ପକାଇ ଅଳ୍ପ ଭାଜନ୍ତୁ ।
  • ଏହାପରେ ସେଥିରେ ଗୋଟିଏ କପ୍ ପାଣି ପକାନ୍ତୁ ଓ ସେଥିରେ ଚିଲି ସସ୍, ଚାମଚ,ଟମାଟୋ ସସ୍, ଚାମଚ,ସୋୟା ସସ୍ ଓ ଲୁଣ ପକାଇ ଫୁଟାନ୍ତୁ ।
  • ଏହାପରେ ସେହି ମିଶ୍ରଣରେ ଛଣା ହୋଇଥିବା ବେବିକର୍ଣ୍ଣ ପକାଇ ଗୋଳେଇ ଦିଅନ୍ତୁ ।
  • ବେବିକର୍ଣ୍ଣ ଭଲଭାବେ ଗୋଳେଇ ହେବା ପରେ ସେଥିରେ ଅଳ୍ପ ରାଶି ପକେଇ ଦିଅନ୍ତୁ ।
  • ଏହାପରେ ଗ୍ୟାସ ବନ୍ଦ କରି ଏହାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ଚଟପଟା ‘ଚିଲି ବେବିକର୍ଣ୍ଣ’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତି ‘ଚିଲି ବେବିକର୍ଣ୍ଣ’ ।

Other Stories

  •  chanadal halwa
    Food & Recipes ଘରେ ବନାନ୍ତୁ ‘ବୁଟ ଡାଲି ହାଲୱା

    ଅଧିକାଂଶ ଲୋକ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆମ ଖାଦ୍ୟରେ ମିଠା ନଥିଲେ ଖାଇବା ଅଧୁରା ଲାଗେ । ସାଧାରଣତଃ ଆପଣ ମାନେ ଜାଣିଥିବେ ଛେନାରୁ ବିଭିନ୍ନ ପ୍ରକାରର ମିଠାର ରେସିପି...

  • Bread dahibara
    Food & Recipes ଘରେ ବନାନ୍ତୁ ଚଟପଟା ‘ବ୍ରେଡ୍ ଦହିବରା’

    ସାଧାରଣତଃ ପାରମ୍ପରିକ ଖାଦ୍ୟର ଚାହିଦା ବେଶୀ ଥାଏ । ସେହିପରି ଏକ ପାରମ୍ପରିକ ରେସିପି ହେଉଛି ଦହିବରା। ସାଧାରଣତଃ ଆମ ଘର ମାନଙ୍କରେ ବିରି ବରାରେ ଦହିବରା ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆପଣ ମାନେ କେବେ...

  • Rice ball
    Food & Recipes ପିଲାଙ୍କ ପାଇଁ ସନ୍ଧ୍ୟାରେ ବନାନ୍ତୁ ଟେଷ୍ଟି ରାଇସ୍ ବଲ୍

    ସାଧାରଣତଃ ଘରେ ଛୋଟ ପିଲାମାନେ ଭାତ,ରୁଟି ଖାଇବାକୁ ନାକ ଟେକିଥାନ୍ତି । ସ୍ନାକ୍ସ ଖାଇବା ପାଇଁ ବେଶୀପସନ୍ଦ କରନ୍ତି ଛୋଟ ପିଲାମାନେ। ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା...

  • chiken sweet and spice
    Food & Recipes ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍

    ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ...