• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ଦଶମୀ

  • କୋଭିଡ୍ କଟକଣାରେ ପାଳିତ ହେଉଛି ଦଶହରା 

ଭୁବନେଶ୍ୱର : ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଚଣ୍ଡିପାଠରେ ଗୁଞ୍ଜରିତ ହେଉଛି ପରିବେଶ । ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ୍ ଜନନୀ ଦୁର୍ଗା ।

ଟିଭି ଓ ସୋସିଆଲ ମିଡିଆରେ ମାଆଙ୍କ ପୂଜାର୍ଚ୍ଚନା ଦେଖିପାରୁଛନ୍ତି ସାଧାରଣ ଲୋକେ । ହେଲେ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିପାରୁନି ଭକ୍ତ । କାରଣ କୋଭିଡ କଟକଣା ପାଇଁ ମଣ୍ଡପରେ ସାଧାରଣ ଦର୍ଶନ ମନା । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ଦଶମୀ ଦୁର୍ଗତୀ ନାଶିନୀ ମାଆ ଦୁର୍ଗା ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଶରତ କାଳୀନ ଦୁର୍ଗାପୂଜାରେ ପ୍ରତିଦିନ ନୂଆ ନୂଆ ବେଶରେ ସଜ୍ଜିତ ହୋଇଥାନ୍ତି ମାଆ ।

ରାଜ୍ୟର ବିଭିନ୍ନ ସ୍ଥାନରେ ନିରାଡ଼ମ୍ବର ଭାବେ ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜା । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ସହରର ମଙ୍ଗଳାବାଗ ପୂଜା ମଣ୍ଡପରେ ଚାନ୍ଦିର ମେଢରେ ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ମସ୍ତକରେ ଶୋଭା ମଣ୍ଡିତ କରୁଛି ସୁନା ମୁକୁଟ । ହେଲେ ଗତ ବର୍ଷ ଭଳି ଏବର୍ଷ ବି ସରାଗ ଛଡାଇ ନେଇଛି କରୋନା । କଟକଣା ଭିତରେ କେଉଠି ବିନା ଭକ୍ତରେ ତ ଆଉ କେଉଠି ସୀମିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚାଲିଛି ପୂଜା । କିଏ ଦୀପ ଦାନ କରି ମାଆଙ୍କ ଆଶିଷ କାମନା କରିଛନ୍ତି ତ କିଏ ଦଶଭୁଜାଙ୍କୁ ଶଙ୍ଖା ଓ ସିନ୍ଦୂର ଦେଇ ପରିବାରର ଶୁଭ ମନାସିଛନ୍ତି ।