Advertisment

ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

author-image
Sarbeswar
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

Balabhadra Pahandi

ପୁରୀ: ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀଜିଉ। ଗତକାଲି ଶରଧାବାଲିରେ ତିନିରଥ ପହଞ୍ଚିଥିଲା। ତେବେ ଆଜି ରଥ ଉପରେ ହିଁ ଅବକାଶ, ମଇଲମ, ତଡ଼ପଲାଗି ସହ ମହାପ୍ରଭୁଙ୍କ ସମସ୍ତ ନୀତି ହୋଇଥିଲା। ପରେ ତିନି ରଥରେ ଚାରମାଳ ଲାଗି ହୋଇଥିଲା। ପରେ ପରେ ମଙ୍ଗଳାର୍ପଣ ସହ ବାଟ ପହଣ୍ଡି ହେବା ପରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପମଣ୍ଡପରେ ସୁଦର୍ଶନ ବିଜେ ହେବା ପରେ ବର୍ତ୍ତମାନ ସମୟରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହେବ। ଆଉ ସବା ଶେଷରେ ଶ୍ରୀଜଗନ୍ନାତଙ୍କ ପହଣ୍ଡି ହେବ। ଗତକାଲି ଶ୍ରୀଜିଉଙ୍କର ଧାଡ଼ି ପହଣ୍ଡି ହୋଇଥିବା ବେଳେ ଆଜି ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ଯିବେ। ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Advertisment

ସେପଟେ, ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁୟାୟୀ ପୁରୀ ବ୍ୟତିତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରହିଛି। କେବଳ ଏତିକି ନୁହେଁ ବରଂ କେନ୍ଦୁଝରରେ ମଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା ମନ୍ଦିର ଭିତରେ ଅନୁଷ୍ଠିତ ହୋଇଛି। ସୀମିତ ସଂଖ୍ୟାର ସେବାୟତଙ୍କ ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ହେବ ହୋଇଛି। ତେବେ କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା।

Advertisment
Ratha Jatra Odisha News Puri Ratha Jatra 2021 Puri
Advertisment
Advertisment