Advertisment

ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମାପୂର୍ଣ୍ଣମୀ, ମହାପ୍ରଭୁ ବଳଭଦ୍ରଙ୍କ ଆଜି ସ୍ୱର୍ଣ୍ଣ ନକ୍ଷତ୍ର

ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ। ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ

author-image
Sarbeswar
ଅଦ୍ୟତନ ହୋଇଛି
ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

reopening of Puri Jagannath temple

ପୁରୀ: ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ। ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ। ସେଠାରେ ଚକଡା ଉପରେ ବିଜେ କରିବା ପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁ ସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ର୍ନିମାଣ କରିବେ। ଏହାପରେ ମୁଦିରସ୍ତ ପ୍ରସାଦଲାଗି ଓ ପୂଜାପଣ୍ଡା ପଂଚ ଉପଚାରରେ ଶୀତଳ ଭୋଗ ମଣୋହି କରିବେ। ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କୁ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିବେ।

Advertisment

ସେପଟେ, ୪ ମାସର ଅପେକ୍ଷାର ଅବସାନ ଘଟିବ। ଦୀର୍ଘମାସ ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଆରଟିପିସିଆର ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର  ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ।

Advertisment

ସୂଚନାଥାଉ କି, ୧୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସକାଳ ୭ଟାରୁ ସାଢେ ୧୦ଟା, ଦିନ ୧୧ଟାରୁ ସାଢେ ୨ଟା ଏବଂ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳୁଥିଲା। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇ ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଥିଲା। କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ମଧ୍ୟ ଜଣାଇ ଦିଆଯାଇଥିଲା। ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ରେସିଡେନ୍ସ ପ୍ରମାଣପତ୍ର ଦେଖାଇ ଯାଇଥିଲେ । ଏହା ବ୍ୟତୀତ ସାନିଟାଇଜର ବ୍ୟବହାରର, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଏଥର ମଧ୍ୟ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। 

Odisha Puri Raksha Bandhan
Advertisment
Advertisment