• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଜିଠାରୁ ୩ ଦିନ ଶ୍ରୀମନ୍ଦିର ବନ୍ଦ

  • ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

  •   ପୂର୍ବ ଏସ୍ଓପି ଅନୁସାରେ ଶନିବାର ଓ ରବିବାର ବି ଦର୍ଶନ ବନ୍ଦ 

ପୁରୀ: ଆଜିଠାରୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ ।

ଏହି ଏସ୍ଓପି ଅନୁସାରେ କେବଳ ରବିବାର ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ । ମହାପ୍ରଭୁଙ୍କ ପାଇଁ ଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବେ ।

ସୂଚନା ଥାଉ କି, ଗତ ୮ ତାରିଖ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଏସଓପି ଉପରେ ସମୀକ୍ଷା କରାଯାଇଛି । ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଏସପି, ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

ବୈଠକରେ ଶନିବାର ଶ୍ରୀମନ୍ଦିର ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ । ଏହାସହ ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହୋଇଥିବା ନିଷ୍ପତ୍ତି ହୋଇଛି । ଫଳରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦର୍ଶନ  କରିପାରିବେ ଶ୍ରଦ୍ଧାଳୁ ।

ତେବେ ଗଣେଶ ପୂଜା ଓ ୧୭ ତାରିଖ ବିଶ୍ୱକର୍ମା ପୂଜା ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଅକ୍ଟୋବର ମାସରେ ମଧ୍ୟ ୩ ଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ବୈଠକ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୂଚନା ଦେଇଥିଲେ।