Advertisment

ବାହୁଡ଼ା ପାଇଁ ପ୍ରସ୍ତୁତି,ସମୀକ୍ଷା ବୈଠକରେ ଆଲୋଚନା

ବାହୁଡ଼ା ଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ଆଉ ଏକ ରଥଯାତ୍ରା ଆସିଲାଣି:ଏଯାଏଁ ଖଞ୍ଜା ହୋଇପାରିଲାନି ତିନି ରଥ

rathajatra

ପୁରୀ: ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ ।  ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ତଥା ନିର୍ଦ୍ଧାରିତ ସମୟରେ ରଥଟଣା ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ସେପଟେ ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ ପର୍ଯ୍ୟନ୍ତ ପୁରୀ ସହରରେ ଜାରି ହେବ କର୍ଫ୍ୟୁ ।ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ।

Advertisment

ବାହାଡା ଯାତ୍ରାରେ ନିୟୋଜିତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଉଛି । ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଅନ୍ୟମାନଙ୍କ ଟେଷ୍ଟିଂ ସରିବ। ସେବାୟତଙ୍କର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି।

ଲାଇଭ୍ ଟେଲିକାଷ୍ଟ ଡିଡି ତରଫରୁ ବାହୁଡା ଓ ସୂନାବେଶ ପାଇଁ କରାଯିବ। ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ। ଏଥିପାଇଁ ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେବକମାନଙ୍କ ସହଯୋଗରେ ଶୃଙ୍ଖଳିତ ନୀତିକ୍ରାନ୍ତି ସଂପନ୍ନ କରାଯାଇଛି। କାଲି ବାହୁଡା ପହଣ୍ଡି, ସୁନାବେଶ, ଅଧରପଣା, ନିଳାଦ୍ରୀ ବିଜେରେ ଶୃଙ୍ଖଳିତ ନିତିକ୍ରାନ୍ତି କରାଯିବ। 

Advertisment
Bahuda Jatra Puri Odisha
Advertisment
Advertisment