Advertisment

ମୂର୍ତ୍ତି ବିବାଦ: ହାଇକୋର୍ଟ ମନା କଲେ, ସୁପ୍ରିମକୋର୍ଟ ଯିବ କି ପୂଜା କମିଟି?

ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି।

author-image
Sarbeswar
DurgaPuja2021

DurgaPuja2021

କଟକ: ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି। ଏବେ ପୂଜାକମିଟିଙ୍କ ଆଗରେ ଦୁଇଟି ବିକଳ୍ପ-ସରକାରୀ ନିଷ୍ପତ୍ତିକୁ ଗ୍ରହଣ କରିବା କିମ୍ବା ନ୍ୟାୟିକ ଲଢେଇକୁ ସର୍ବୋଚ୍ଚ ଅଦାଲତ ଯାଏ ଟାଣିବା। ତେବେ କୋର୍ଟଙ୍କ ରାୟର ତର୍ଜମା ପରେ ଆସନ୍ତାକାଲି ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ଆବେଦନକାରୀ ବାଲୁବଜାର ପୂଜା କମିଟି।

Advertisment

କୋର୍ଟଙ୍କ ରାୟ ବାଲୁବଜାର ପୂଜା କମିଟି ପକ୍ଷରୁ ଏନେଇ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ସରକାର ନେଇଥିବା ନିଷ୍ପତ୍ତି ଉପରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ। ଗତକାଲି ଶୁଣାଣି ବେଳେ ମୂର୍ତ୍ତିର ଉଚ୍ଚତା କମିଗଲେ ପରମ୍ପରା କିଭଳି ଭଙ୍ଗ ହେବ ବୋଲି କୋର୍ଟଙ୍କ ପ୍ରଶ୍ନରେ ଆବେଦନକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ନିର୍ଦ୍ଦେଶନାମାର ତର୍ଜମା ପରେ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ନା ନାହିଁ ସେନେଇ ଆସନ୍ତାକାଲି ନିଷ୍ପତ୍ତି ନେବ ବୋଲି କହିଛି ଆବେଦନକାରୀ ବାଲୁବଜାର ପୂଜା କମିଟି।

Advertisment

ଏପଟେ ହାଇକୋର୍ଟଙ୍କ ଏଇ ନିର୍ଦ୍ଦେଶ ପରେ କଣ ରହିବ ଅନ୍ୟ ପୂଜା କମିଟିଙ୍କ ପଦକ୍ଷେପ? ରାୟ ଆସିବା ପୂର୍ବରୁ ଆଜି ବସିଥିବା ଶାନ୍ତି କମିଟି ଓ ପୂଜାକମିଟି ବୈଠକରେ ବି ଏନେଇ ହୋଇଥିଲା ଜୋରଦାର ଆଲୋଚନା। ବାଦବିବାଦ ଭିତରେ ବୈଠକ ଶେଷରେ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଏବେ ଆଉ ସମୟ ନଥିବାରୁ କୋର୍ଟଙ୍କ ନିଷ୍ପତ୍ତି ଯାହା ହେବ ତାକୁ ଅନୁପାଳନ କରିବାକୁ ପଡ଼ିବ। ଆଉ ରାୟ ଆସିବା ପରେ ବାଲୁବଜାର କମିଟିର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିବା କହିଛନ୍ତି ମହାନଗର ଶାନ୍ତି କମିଟି ସଭାପତି। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଚାଲିଥିବା ନ୍ୟାୟିକ ଲଢ଼େଇ ଏଇଠି ସରୁଛି ନା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଉଛି, ଏବେ ତା ଉପରେ ନଜର ରହିଛି।

Cuttack DurgaPuja2021 Odisha
Advertisment
Advertisment