/odishatv-khabar/media/post_attachments/uploadimage/library/16_9/16_9_0/Bol_1626167787.jpg)
Bol
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ବୋଲ୍ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ । ସର୍ବସାଧାରଣ ରାସ୍ତାରେ ମଧ୍ୟ ସେମାନେ ପାଣି ଧରି ଯାଇପାରିବେ ନାହିଁ । ପାଣି ନେଇ କୌଣସି ଶିବ ମନ୍ଦିରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କରୋନାକୁ ଦୃଷ୍ଟିରେ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଦ୍ୱିତୀୟ ଲହର ସରିବା ଆଗରୁ ତୃତୀୟ ଲହରର ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଶ୍ରାବଣ ମାସରେ କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପାଣି ଢାଳିଥାନ୍ତି । କିନ୍ତୁ ଏଭଳି ସମୟରେ କରୋନା ଦୂର ହୋଇନଥିବାରୁ ବୋଲ୍ ବମ୍ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।
Also Read
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଥମି ନାହିଁ । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ୨୪ ଘଣ୍ଟାରେ ୧ ହଜାର ୯୩୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟର କ୍ୱାରେଣ୍ଟିନରୁ ୧,୧୧୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୮୧୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୩,୬୭୫ ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୯,୧୫,୪୦୦ ଜଣ କରୋନାକୁ ମାତ୍ ଦେଇଛନ୍ତି। ରାଜ୍ୟରେ ଏବେ ମୋଟ ଆକ୍ଟିଭ ସଂଖ୍ୟା ୨୩,୪୯୨ ରହିଛି। ସେହିପରି ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪, ୭୩୦କୁ ବୃଦ୍ଧି ପାଇଛି ।
ତେବେ ସବୁଠାରୁ ଅଧିକ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସବୁଠାରୁ ଅଧିକ। ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଖି ବୁଜିଛନ୍ତି ୧୭ ଜଣ ରୋଗୀ। ସେହିପରି ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗିରରୁ ୧, ବୌଦ୍ଧରୁ ୩, କଟକରୁ ୨୨୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭ ରୋଗୀ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷେ, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡରୁ ୫୮, ନୂଆପଡ଼ାଅରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୯୪ ଏବଂ ଷ୍ଟେଟପୁଲରୁ ୭୫ ରୋଗୀ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)