/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626229925.jpg)
Lord Jagannath
ପୁରୀ : ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଆଜିଠୁ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ହେବ, ଯାହା ସବୁ ଶ୍ରୀମନ୍ଦିରରେ ହୋଇଥାଏ । ଆଜି ଠାରୁ ସାତ ଦିନ ଯାଏ ସେ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ । ତେବେ କରୋନା କଟକଣା ଯୋଗୁଁ ଆଡ଼ପ ମଣ୍ଡପରେ ଦର୍ଶନ କରିପାରିବେନି ଭକ୍ତ । ଆଜିଠୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଇଁ ଅବଢ଼ା ବାହାରିବ ।
ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।
Also Read
ସେପଟେ ରଥଯାତ୍ରା ପାଇଁ ଗତକାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ଥିବା ୧୪୪ ଧାରାକୁ ପ୍ରତ୍ୟାହାର କରି ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1626677974.jpg )



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)