/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633413045.jpg)
ଫିକା ଫିକା ପୂଜା ପ୍ରସ୍ତୁତି
ଭୁବନେଶ୍ୱର: ଆସନ୍ତାକାଲି ମଣ୍ଡପରେ ମହାମାୟୀଙ୍କ ଷଷ୍ଠୀ ପୂଜା । ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ ଯାଏଁ ମାଆଙ୍କ ସମସ୍ତ ନୀତିକାନ୍ତିର ଲାଇଭ୍ ଟେଲିକାଷ୍ଟ କରାଯିବ। ଏହାରି ଭିତରେ ପ୍ରଦୂଷଣ ମୁକ୍ତ ପୂଜା ପାଇଁ ସମସ୍ତ କମିଟିଙ୍କୁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।
ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ସୋମବାର ମାଆଙ୍କ ଷଷ୍ଠୀ ପୂଜା। ସବୁ ବର୍ଷ ପରି ଏଥର ଯାକଯକମ ନାହିଁ । ତଥାପି ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବିଭିନ୍ନ ପୂଜା କମିଟି। ଜୋରସୋରରେ ଚାଲିଛି ମାଆଙ୍କ ମୂର୍ତ୍ତିରେ ରଙ୍ଗକାମ । ପ୍ରାକୃତିକ ରଙ୍ଗରେ ମାଆଙ୍କ ମୂର୍ତ୍ତିକୁ ଜୀବନ୍ତ ରୂପ ଦେଉଛନ୍ତି କାରିଗର । ସରକାରଙ୍କ ନୀତି ନିୟମ ଓ କଟକଣାରେ ପୂଜା କରିବାକୁ ଅଂଟା ଭିଡିଛନ୍ତି ପୂଜା କମିଟି। ଏଥର ପୂଜାରେ ବାହ୍ୟ ଆଡମ୍ବର ହେବନି । ମୂର୍ତ୍ତି ୪ଫୁଟ୍ ଥିବାରୁ ସୁନା ବଦଳରେ ମାଆଙ୍କୁ ଲାଗିହେବ କିଣା ଅଳଙ୍କାର। ତଥାପି ବିଧିରକ୍ଷା ସହ ମାଆଙ୍କ ସମସ୍ତ ନୀତିକାନ୍ତି କରାଯିବ।
Also Read
ରାଜଧାନୀରେ ବି ନିରାଡମ୍ବର ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଷଷ୍ଠୀରେ ବେଲବରଣ ପରେ ସପ୍ତମୀରେ ଜଗତଜନନୀଙ୍କ ଚକ୍ଷୁଦାନ ହେବ । ଏଥର ବି କୋଭିଡ କଟକଣା ମଧ୍ୟରେ ହେବ ମାଆ ଦୁର୍ଗାଙ୍କ ପୂଜା । ମଣ୍ଡପର ତିନି ପଟ ବନ୍ଦ ରହିବ। ସାମ୍ନା ପଟ ବି ଆବଦ୍ଧ କରାଯିବ। ଭିତରେ ସର୍ବାଧିକ ୭ ଜଣଙ୍କୁ ନେଇ କରାଯିବ ମାଆଙ୍କ ନୀତିକାନ୍ତି । ତେବେ ପୂଜାର ପ୍ରତ୍ୟେକ ମୁହୂର୍ତ୍ତକୁ ଅନୁଭବ କରିବେ ଦର୍ଶକ। ସୋସିଆଲ ମିଡିଆରେ ଷଷ୍ଠୀରୁ ଦଶମୀ ଯାଏଁ ପୂଜାର ଲାଇଭ୍ ଟେଲିକାଷ୍ଟ କରିବାକୁ ବ୍ୟବସ୍ଥା କରିଛନ୍ତି ପୂଜା କମିଟି।
ସେପଟେ ପ୍ରଦୂଷଣ ମୁକ୍ତ ପୂଜା ପାଇଁ ସମସ୍ତ କମିଟିଙ୍କୁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ପ୍ଲାଷ୍ଟର ଅଫ୍ ପ୍ୟାରିସ ବଦଳରେ ମାଟିରେ ମୂର୍ତ୍ତି ନିର୍ମାଣ ଏବଂ ରସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ କୁହାଯାଇଛି। ଏଥିସହ ସାଜସଜ୍ଜାରେ ପ୍ଲାଷ୍ଟିକ କିମ୍ବା ଥର୍ମୋକଲରେ ତିଆରି ଜିନିଷ ବ୍ୟବହାର ନକରିବା ସହ ପ୍ରଶାସନ ପକ୍ଷରୁ ଚିହ୍ନିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିବେଦନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)