• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ । ଏଥିପାଇଁ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜନ କରାଯାଇଛି । ଓଟିଭି ନେଟୱର୍କ ଏମଡି ଜଗି ମଙ୍ଗତ୍ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଇକ୍ଲୋଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସାଇକ୍ଲୋଥନ କେୟାର ହସ୍ପିଟାଲରୁ ବାହାରି ଚନ୍ଦ୍ରଶେଖରପୁର, ନାଲକୋ ଛକ, ଆଚାର୍ଯ୍ୟ ବିହାର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, ଗଙ୍ଗନଗର ଅଂଚଳ ଅତିକ୍ରମ କରିଥିଲା । ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ସମସ୍ତେ କିଛି ନା କିଛି ବ୍ୟାୟାମ କରିବା ସହ ସୁସ୍ଥ ରହିବାକୁ ସାଇକ୍ଲୋଥନରେ ଉପସ୍ଥିତ ଥିବା ଡାକ୍ତର ଓ ଅତିଥିମାନେ ମତ ଦେଇଥିଲେ ।

ରାଉରକେଲା କୋଏଲ ନଗରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରିଟାୟାର୍ଡ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଛି । ଏହି ଅବସରରେ କୋଏଲନଗର ଠାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ୱାକାଥନ୍ ଆୟୋଜନ କରାଯାଇଥିଲା । କୋଏଲ ନଗର ଠାରୁ ଆରମ୍ଭ ହୋଇ ପ୍ରାୟ ଦୁଇ କିଲୋମିଟର ଯାଏଁ ଏହି ୱାକାଥନ୍ ପରିକ୍ରମା ହୋଇଥିଲା । ଆଜି ଦିନ ତମାମ ବିଭିନ୍ନ କାର୍ଯକ୍ରମ ରହିଥିବା କୁହାଯାଇଛି । ଅନେକ ହୃଦରୋଗ ବିଶେଷଜ୍ଞ ଡାକ୍ତର ମାନେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସହରର ହୃଦୟ ରୋଗୀ ଆସି ଏଠାରେ ନିଜର ପରାମର୍ଶ ନେଇପାରିବେ ବୋଲି କୁହାଯାଉଛି ।