Advertisment

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଶ୍ରୀଜିଉ, ଆରମ୍ଭ ହେଲା ରଥଟଣା

ଆରମ୍ଭ ହେଲା ରଥଟଣା। ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ନୀତିକାନ୍ତି।

author-image
Minati Mishra
ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଶ୍ରୀଜିଉ, ଆରମ୍ଭ ହେଲା ରଥଟଣା

puri bahuda jatra rituals

ପୁରୀ: ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ।  ଶେଷ ହୋଇଛି ପହଣ୍ଡି । ତିନି ରଥରେ ବିରାଜିତ ତିନି ଠାକୁର। ଛେରା ପହରା ପରେ ଶରଧାବାଲିରେ ଗଡ଼ିବ ତିନି ରଥ। କରୋନା କଟକଣା ଭିତରେ ହେଉଛି ବାହୁଡାଯାତ୍ରା। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ତିନି ଠାକୁର ଓ ସୁଦର୍ଶନ ଧାଡି ପହଣ୍ଡିରେ ଆସିଥିଲେ ରଥ ଉପରକୁ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଆସିଥିଲେ ପ୍ରଭୁ ଜଗତର ନାଥ। ହଲି ହଲି ଝୁଲି ଝୁଲି ଆସି ବିରାଜିତ ହୋଇଥିଲେ ନନ୍ଦିଘୋଷରେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜ ନୀତିକାନ୍ତି। 

Advertisment

ଗଜପତି ମହାରାଜା ଛେରାପହଁରା ଆରମ୍ଭ କରିଛନ୍ତି। ଏହାପରେ  ଆରମ୍ଭ ହୋଇଯାଇଛି ରଥଟଣା। ପ୍ରଭୁ ଜନ୍ମବେଦୀରେ ନବଦିନ ବ୍ୟାପି ଲୀଳାଖେଳା ସାରି ଫେରିବେ କର୍ମବେଦୀକୁ। ପୂର୍ବରୁ  ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ, ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍‌ଣ ୪ଟା ସୁଦ୍ଧା ରଥଟଣା ‌ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତି ଶେଷ ହୋଇଯାଇଛି। 

Advertisment

ଗତବର୍ଷ ପରି ଏଥର ମଧ୍ୟ କରୋନା କଟକଣାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କଡାକଡି ବ୍ୟବସ୍ଥା ହେଉଛି  । ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍  । ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି । ତାସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି 

ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରିବେ ମହାବାହୁ  । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଆଜି ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।

ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି

Puri Ratha Jatra 2021 Bahuda Jatra
Advertisment
Advertisment