Advertisment

ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ : ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।

author-image
Prangyan Parimita
ଅଦ୍ୟତନ ହୋଇଛି
ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ : ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ratha jatra

ପୁରୀ : ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ । ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ। ହେଲେ କରୋନା କଟକଣା ପାଇଁ ଚଳିତ ଥର ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ହେବନି ଭକ୍ତ-ଭଗବାନଙ୍କ ମିଳନ । ହେଲେ ଭକ୍ତଙ୍କୁ କିନ୍ତୁ ଆଡ଼ପ ଅବଢ଼ା ମିଳିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

Advertisment

ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ସମ୍ମୁଖରେ ଲାଗିଥିଲା ତିନିରଥ । ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିବା ବେଳେ ୫ଟା ସମୟରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ନବଦିନାତ୍ମକ ଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବଡ଼ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଆସିଛନ୍ତି ଜଗତ ଠାକୁର ।

Advertisment

ସେପଟେ ଆଜି ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ । କେବଳ ଜଗମୋହନ, ନାଟ ମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ । କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ କରାଯିବ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇନାହିଁ । ଲେଜର ସ୍କାନିଂ ପାଇଁ ସେବାୟତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସ୍କାନିଂ ପରେ ଯଦି ଜଣାପଡ଼େ, କେଉଁଠି ଫାଟ ଅଛି, ତାର ମରାମତି କରାଯିବ । ମହାପ୍ରଭୁ ଏବେ ଜନ୍ମବେଦୀକୁ ଯାଇଥିବାରୁ ଆଜିଠାରୁ ASI ବୈଷୟିକ କମିଟି ଅନୁଧ୍ୟାନ କରିବ ଓ କମିଟର ପରାମର୍ଶ ଅନୁଯାୟୀ ମରାମତି କରାଯିବା ସହ ଲେଜର ସ୍କାନିଂ କରାଯିବ । ଏଥିପାଇଁ ଗତ ଶନିବାର ଦିନ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପରିଟେଣ୍ଡଣ୍ଟ ଆର୍କିଓଲଜିଷ୍ଟ ଅରୁଣ ମଲ୍ଲିକ ଓ ଇଞ୍ଜିନିୟରିଂ ଟିମ୍ ଶ୍ରୀମନ୍ଦିର ସ୍ଥିତିର ଅନୁଧ୍ୟାନ କରିଥିଲେ । ଲେଜରସ୍କାନିଂ ଦ୍ୱାରା କୌଣସି ଯାଗାରେ ଫାଟ ଥିଲେ ତାହା ସ୍ପଷ୍ଟ ହୋଇପାରିବ । ସେହି ଅନୁସାରେ କାମ ହେବ ବୋଲି କୁହାଯାଇଛି ।

Lord Jagannath Ratha Jatra Puri Ratha Jatra 2021 Odisha
Advertisment
Advertisment