Advertisment

ଆଜି ଶ୍ରୀଜିଉଙ୍କ ଉଭା ଯାତ୍ରା: କାଲି ସିଂହଦ୍ୱାରକୁ ଆସିବେ ତିନି ରଥ

ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।

author-image
Sarbeswar
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Ratha Jatra

ପୁରୀ: ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ମହାବାହୁ। ସେପଟେ ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହେବା ପରେ ଆଜି ଶ୍ରୀଜିଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। କରୋନା ପାଇଁ କଟକଣା ଭିତରେ ବିନା ଭକ୍ତରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ହେବ ହେବ। ଏହାକୁ ନଜରରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ପୁରୀରେ ଲାଗୁ ହେବନି ସଟଡାଉନ୍‌। କଟକଣା ଶନିବାର ଥିଲେ ମଧ୍ୟ ରଥଯାତ୍ରା ପାଇଁ ପୁରୀ ସହରରେ ଲାଗୁ ହେବନି ସଟଡାଉନ। ୧୧ ତାରିଖ ରବିବାର ରାତି ୮ଟାରୁ ୧୩ ତାରିଖ ମଙ୍ଗଳବାର ରାତି ୮ଟା ଯାଏଁ ପୁରା ସହରରେ କର୍ଫ୍ୟୁ ଲାଗିବ। ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । କିନ୍ତୁ କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।

Advertisment

ସେପଟେ ରଥଖଳାରେ ଦଣ୍ଡାୟମାନ ତିନି ରଥର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭା ଫିଟିଙ୍ଗ କାର୍ଯ୍ୟ ଭୋଇ ସେବକ ଓ ମହାରଣା ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଏଥିସହ ତିନିରଥର ଦୁଆର ବେଢାରେ କନାପଡିବା ଶେଷ ହେବା ସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକର ମଗର ପଟି ଅଡିବା ଶେଷ ହୋଇଛି। ଦରଜୀ ସେବକମାନେ ତିନିରଥର ବତାକନା ଗୁଡିକର ଜୋଡଣୀ ଓ ସାରଥୀମାନଙ୍କର ପୋଷାକ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି ।ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳା ଛତି ଓ ଓଲାରରେ କନା ପଡିବା କାର୍ଯ୍ୟ ଏବେ ଚାଲୁ ରହିଛି ।ଶ୍ରୀବିଗ୍ରହ ମାନଙ୍କ ପାଇଁ ୪ ଗୋଟି ବିଜେ ତୁଳି ଓ ଦୁଇଟି ଶିପର ତୁଳି ପ୍ରସ୍ତୁତ ହୋଇଛି। ଆସନ୍ତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୂପ ସରିଲେ ରଥଖଳାକୁ ଆଜ୍ଞମାଳ ବିଜେ ହେବ। ଏହାପରେ ରଥକୁ ସିଂହଦ୍ୱାର ସାମ୍ନାକୁ ଟଣାଯିବ।

Advertisment

ସେପଟେ, ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ। ମନ୍ଦିରରେ ଫାଟ ଥିଲେ ହେବ ମରାମତି। ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଠାରୁ ASI ବୈଷୟିକ କମିଟି ଅନୁଧ୍ୟାନ କରିବ ଓ କମିଟର ପରାମର୍ଶ ଅନୁଯାୟୀ ମରାମତି କରାଯିବ ସହ ଲେଜର ସ୍କାନିଂ କରାଯିବ। ଏନେଇ ଆଜି ASI ପକ୍ଷରୁ ସୁପରିଟେଣ୍ଡ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ ଓ ଇଞ୍ଜିନିୟରିଂ ଟିମ୍ ଶ୍ରୀମନ୍ଦିର ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଲେଜରସ୍କାନିଂ ଦ୍ୱାରା କୌଣସି ଯାଗାରେ ଫାଟ ଥିଲେ ତାହା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।

ଶ୍ରୀଗୁଣ୍ଡିଚା ପରଦିନ ଶ୍ରୀମନ୍ଦିରର ଲେଜର ସ୍କାନିଂ ହେବା ସୂଚନା

ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ଫାଟ ଥିଲେ ହେବ ମରାମତି

Ratha Jatra Puri Ratha Jatra 2021 Puri Odisha
Advertisment
Advertisment