Advertisment

ଶୁଣିଲାନି BSNL, ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ।

ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍‌ ଖୋଳି ବିଏସ୍‌ଏନ୍ଏଲ୍ ଟାୱାରକୁ ଲିଙ୍କ୍‌ ଦେଇଛନ୍ତି।

author-image
Pramod Behera
BSNL Problem

BSNL Problem

କନ୍ଧମାଳ : ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍‌ ଖୋଳି ବିଏସ୍‌ଏନ୍ଏଲ୍ ଟାୱାରକୁ ଲିଙ୍କ୍‌ ଦେଇଛନ୍ତି।

Advertisment
BSNL Problemବିଏସ୍ଏ‌ନ୍ଏ‌ଲ୍ ସମସ୍ୟା

ଓପନ କେବୁଲ ଥିବା ଯୋଗୁଁ ବହୁ ସମୟରେ ଗଛ ଡାଳ ଆଦି ପଡି ଗୋଚ୍ଛାପଡ଼ା ଅଞ୍ଚଳରେ BSNL ଲିଙ୍କ୍‌ ଫେଲ୍‌ ହଉଥିଲା। ଅଞ୍ଚଳବାସୀ ଏନେଇ ଅନେକ ସମୟରେ ନେଟୱାର୍କ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧା ଭୋଗୁଥିଲେ। ଫଳରେ ଅଣ୍ଡର ଗ୍ରାଉଣ୍ଡ୍‌ କେବଲିଂ କରିବା ଲାଗି ୮ ଟି ପଞ୍ଚାୟତବାସୀ ଗୋଚ୍ଛାପଡ଼ା ସଚେତନ ନାଗରିକ ମଞ୍ଚ ମାଧ୍ୟମରେ ବାରମ୍ବାର ଫୁଲବାଣୀ BSNL କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କେହି ନ ଶୁଣିବାରୁ ଶେଷରେ କର୍ମକର୍ତ୍ତା ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଏକ ଜେସିବି ଗାଡ଼ି ଭଡ଼ା କରି, ଆଜି BSNL କେବୁଲକୁ କଟ୍ରିଙ୍ଗିଆରୁ ଗୋଚ୍ଛାପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ଘାଟିରାସ୍ତାରେ କେବୁଲ ଖୋଳିବା ସହ ଟାୱାରକୁ ସଂଯୋଗ କରିଛନ୍ତି। ସେପଟେ ଏନେଇ ଫୁଲବାଣୀ BSNL କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । 

Odisha News Kandhamal
Advertisment
Advertisment