Advertisment

ବିଗ୍ ବସ୍ ୧୫: ସର୍ଟଲେସ୍ ହେଲେ ଉମର, ଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର

ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’। ଶନିବାର ବା ଅକ୍ଟୋବର ୨ରେ ଶୋ’ର ଗ୍ରାଣ୍ଡ୍‌ ପ୍ରିମିୟର ହେବ। ସଲମାନ ଖାନ୍‌ଙ୍କ ଏହି ଶୋ’ରେ ଟିଭି ଜଗତର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଶୋ’ର ପ୍ରଶଂସକମାନେ ମଧ୍ୟ ‘ବିଗ୍ ବସ୍ ୧୫’କୁ ନେଇ ଉତ୍ସାହର ସହ ଅପେକ୍ଷା କରିଛିନ୍ତି। ଅନେକ ପ୍ରତିଯୋଗୀମାନଙ୍କର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଏବେ ଉମର ରିୟାଜ୍ ଓ ଡୋନାଲ ବିଷ୍ଟଙ୍କ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Umar Riaz goes shirtless, Donal Bisht glamorous avataar

Umar Riaz goes shirtless, Donal Bisht glamorous avataar

ନୂଆଦିଲ୍ଲୀ : ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’। ଶନିବାର ବା ଅକ୍ଟୋବର ୨ରେ ଶୋ’ର ଗ୍ରାଣ୍ଡ୍‌ ପ୍ରିମିୟର ହେବ। ସଲମାନ ଖାନ୍‌ଙ୍କ ଏହି ଶୋ’ରେ ଟିଭି ଜଗତର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଶୋ’ର ପ୍ରଶଂସକମାନେ ମଧ୍ୟ ‘ବିଗ୍ ବସ୍ ୧୫’କୁ ନେଇ ଉତ୍ସାହର ସହ ଅପେକ୍ଷା କରିଛିନ୍ତି। ଅନେକ ପ୍ରତିଯୋଗୀମାନଙ୍କର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଏବେ ଉମର ରିୟାଜ୍ ଓ ଡୋନାଲ ବିଷ୍ଟଙ୍କ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି।

Advertisment
Donal Bisht glamorous avatarଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର

ଏହି ଭିଡିଓରେ ଉଭୟ ପ୍ରତିଯୋଗୀ ଦମଦାର ଭାବେ ପ୍ରବେଶ କରିଛନ୍ତି। ଡୋନାଲ ବିଷ୍ଟଙ୍କ ପ୍ରଦର୍ଶନ ସହିତ ଏହି ଭିଡିଓ ଆରମ୍ଭ ହୋଇଛି। କଟରୀନା କୈଫ୍‌ଙ୍କ ଏକ ଗୀତ ‘କମଲୀ କମଲୀ’ରେ ଡୋନାଲ୍ ବିଷ୍ଟ୍‌ ନିଜର ଚମତ୍କାର ଅଭିନୟ ଦେଖେଇ ପ୍ରବେଶ କରିଛନ୍ତି। ଭିଡିଓରେ ଡୋନାଲ୍ ଏକ ରେଡ୍ ଶିମରୀ ଆଉଟ୍‌ହିଟ୍‌ରେ ନଜର ଆସିଛନ୍ତି। ଏହା ପରେ ଆସିମ୍ ରିୟାଜଙ୍କ ଭାଇ ଉମର ପ୍ରବେଶ କରିଛନ୍ତି।

Donal Bisht glamorous avatarଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର
Advertisment

ଉମର ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍’ଗୀତ ‘କୁକ୍କଡ୍’ରେ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଉମର ନିଜକୁ ସାର୍ଟଲେସ୍ ମଧ୍ୟ କରିଥିଲେ। ନିଜ ସାର୍ଟଲେସ ଅବତାରରେ ଉମର ତାଙ୍କ ପ୍ରଶଂସକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ପ୍ରୋମୋ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଉମରଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଉଫ୍‌ଫ୍‌ଫ୍‌… ଆମ ମୁଣ୍ଡା କେତେ ହଟ୍ ଲାଗୁଛ। ଅନେକ ମଧ୍ୟ ଡୋନାଲ୍ ଓ ଉମରଙ୍କ ପ୍ରୋମୋ ଭିଡିଓରେ ଫାୟାର ଇମୋଜୀ କମେଣ୍ଟ କରିଛନ୍ତି।

Umar Riaz goes shirtlessସର୍ଟଲେସ୍ ହେଲେ ଉମର

ତେବେ ଉମର ଓ ଡୋନାଲଙ୍କ ପୂର୍ବରୁ ତେଜସ୍ୱୀ ପ୍ରକାଶ ଓ ଅକାସା ସିଂହଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଉଭୟଙ୍କର ଷ୍ଟନିଂ ଅବତାର ଦେଖିବାକୁ ମିଳିଥିଲା। ଶୋ’ର ସୀଜନ ୧୫ରେ ଅନେକ ଦମଦାର ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଦେଖିବାର ସୁଯୋଗ ମିଳିବ। ସେମାନଙ୍କ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ନାମ ହେଉଛି ଜୟ ଭାନୁଶାଲୀ। ଯାହାଙ୍କ ପ୍ରବେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ତାଙ୍କ ବିଷୟରେ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ତାଙ୍କ ଏପରି ଅଚାନକ ପ୍ରବେଶ ସମସ୍ତଙ୍କୁ ଚକିତ କରିଥିଲା।

Donal Bisht glamorous avatarଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର

ସଲ୍‌ମାନ୍‌ ଖାନଙ୍କ ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସେ ‘ଜଙ୍ଗଲ ହୈ, ଆଧି ରାତ ହୈ’‌ ଗୀତରେ ନାଚିଥିଲେ। ସଲମାନ ଖାନ ହେଉଛନ୍ତି ବିଗ୍ ବସ୍ ଜଙ୍ଗଲର ଟାଇଗର୍‌। ଏଥର ଶୋ’ର ଥିମ୍ ସଂକଟରେ ଜଙ୍ଗଲ ରହିଛି।

Entertainment Donal Bisht Umar Riaz
Advertisment
Advertisment