Advertisment

୫ ବର୍ଷ ଧରି ସଂପର୍କରେ ଥିଲେ ନର୍ଗିସ୍ ଫକ୍ରି ଓ ଉଦୟ ଚୋପ୍ରା

‘ରକ୍‌ଷ୍ଟାର୍’ ଅଭିନେତ୍ରୀ ନର୍ଗିସ୍ ଫକ୍ରି ଏବେ ୟୁଏସ୍‌ରେ ରହୁଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଜଡିତ ରହୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା-ପ୍ରଯୋଜକ ଉଦୟ ଚୋପ୍ରାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏବେ ଏକ ସାକ୍ଷାତକାରରେ ନର୍ଗିସ୍ ଉଦୟଙ୍କ ସହ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି।

author-image
Pramod Behera
Nargis Fakhri

Nargis Fakhri

ନୂଆଦିଲ୍ଲୀ : ‘ରକ୍‌ଷ୍ଟାର୍’ ଅଭିନେତ୍ରୀ ନର୍ଗିସ୍ ଫକ୍ରି ଏବେ ୟୁଏସ୍‌ରେ ରହୁଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଜଡିତ ରହୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା-ପ୍ରଯୋଜକ ଉଦୟ ଚୋପ୍ରାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏବେ ଏକ ସାକ୍ଷାତକାରରେ ନର୍ଗିସ୍ ଉଦୟଙ୍କ ସହ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି।

Advertisment
Nargis Fakhriନର୍ଗିସ୍ ଫକ୍ରି

ଇ-ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ନର୍ଗିସ କହିଛନ୍ତି ଯେ “ଉଦୟ ଓ ମୁଁ ୫ ବର୍ଷ ଧରି ଡେଟ୍‌ କରିଥିଲୁ। ଭାରତରେ ଭେଟିଥିବା ସବୁ ବ୍ୟକ୍ତିମାନଙ୍କ ଠାରୁ ସେ ବହୁତ ଭଲ ମଣିଷ ଥିଲେ। ମୁଁ ଏହି କଥାକୁ ସମସ୍ତଙ୍କ ଆଗରେ କହି ନ ଥିଲି, କାରଣ ଲୋକେ ମତେ ମୋ ସଂପର୍କକୁ ନେଇ କିଛି ନ କହିବାକୁ ଉପଦେଶ ଦେଇଥିଲେ।” ୪୧ ବର୍ଷୀୟ ଏହି ଅଭିନେତ୍ରୀ ଏହି କଥା ପ୍ରକାଶ ନ କରିଥିବାରୁ ଅନୁତାପ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ “ମତେ ଏକ ଉଚ୍ଚ ପାହାଡ ଉପରକୁ ଯାଇ ଏହି କଥା ଚିଲେଇକି କହିବାର ଥିଲା ଯେ ମୁଁ ଏକ ପବିତ୍ର ଆତ୍ମା ସହିତ ଅଛି। ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆ ବହୁତ ଫେକ୍ ଏବଂ ବାହାରେ ଥିବା ଲୋକଙ୍କୁ କେବେ ବି ସତ ଜଣା ପଡିବନି। ଅଧିକାଂଶ ସମୟରେ ଆମେ କିଛି ଲୋକଙ୍କୁ ଆମର ଆଦର୍ଶ ବୋଲି ଧରି ନେଇଥାଉ ଯାହାଙ୍କର ମନ୍ଦ ଉଦ୍ଦେଶ୍ୟ ପରଦା ପଛରେ ଲୁଚିଥାଏ।”

Nargis-Udayନର୍ଗିସ୍-ଉଦୟ
Advertisment

ନର୍ଗିସ ଓ ଉଦୟଙ୍କ ଡେଟିଙ୍ଗ ଖବର ୨୦୧୪ରେ ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ଉଭୟ ଏହାକୁ ଅସ୍ୱୀକାର କରିଥିଲେ। ମିଡ୍‌ଡେର ଏକ ସାକ୍ଷାତକାରରେ ନର୍ଗିସ ଏହା ମଧ୍ୟ କହିଥିଲେ ଯେ “ମୁଁ ଏ କଥା ଦୋହରଉଛି ଯେ ଉଦୟ ଓ ମୁଁ ଡେଟ୍ କରୁନୁ। କିନ୍ତୁ ସେ ସବୁଦିନ ପାଇଁ ମୋ ଜୀବନର ଅଂଶ ହୋଇ ରହିବେ। ଭାରତରେ ମୋର ଖୁବ କମ ବନ୍ଧୁ ଅଛନ୍ତି ଆଉ ମୁଁ ଖୁସି ଯେ ସେ ସେମାନଙ୍କ ମଧ୍ୟରୁ ଜଣେ।” ସେହିପରି ଉଦୟ ମଧ୍ୟ ନର୍ଗିସ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିଥିଲେ।

Nargis-Udayନର୍ଗିସ୍-ଉଦୟ

ତେବେ ୨୦୧୬ରେ ଦୁହିଁଙ୍କ ବିଚ୍ଛେଦ ପରେ ନର୍ଗିସ୍ ନ୍ୟୁୟର୍କ ଚାଲିଯାଇଥିଲେ। ଅନୁମାନ କରାଯାଉଥିଲା ଯେ ପ୍ରେମ ବିଚ୍ଛେଦ କାରଣରୁ ନର୍ଗିସ ଭାରତ ଛାଡି ଚାଲିଯାଇଥିଲେ। ପରେ ନର୍ଗିସଙ୍କ ମୁଖପାତ୍ର କହିଥିଲେ ଯେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ନ୍ୟୁୟର୍କ ଆସିବାକୁ ପଡିଥିଲା। ପୁଣି ୨୦୧୭ରେ ଏହା ଶୁଣିବାକୁ ମିଳିଲା ଯେ ନର୍ଗିସ ଉଦୟଙ୍କୁ ଭେଟିବା ନେଇ ମୁମ୍ବାଇସ୍ଥ ତାଙ୍କ ବାସଭବନକୁ ଆସିଛନ୍ତି। ସେତେବେଳେ କୁହାଗଲା ଯେ ଉଭୟ ଏକାଠି ରହିବେ। ଏହା ମଧ୍ୟ ଶୁଣିବାକୁ ମିଳିଲା ଯେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏହି କଥାକୁ ମଧ୍ୟ ନର୍ଗିସଙ୍କ ମୁଖପାତ୍ର ଖଣ୍ଡନ କରି କହିଥିଲେ ଯେ ମୁମ୍ବାଇରେ କୌଣସି ଏକ ନୂଆ ପ୍ରୋଜେକ୍ଟ ପାଇଁ ସେ ଆସିଥିଲେ।

ନର୍ଗିସ ୨୦୧୧ରେ ଫିଲ୍ମ ‘ରକଷ୍ଟାର୍’ରୁ ବଲିଉଡ ଡେବ୍ୟୁ କରିଥିଲେ। ଏହା ପରେ ସେ ମଦ୍ରାସା କେଫ୍, ଫଟା ପୋଷ୍ଟର ନିକଲା ହୀରୋ, ମେ ତେରା ହୀରୋ, କିକ୍, ସ୍ପାଇ, ଅଜହର୍, ହାଉସଫୁଲ୍ ୩, ଡିଶୁମ୍, ଅମାବସ୍, ବଞ୍ଜୋ, ତୋରବାଜରେ ନଜର ଆସିଥିଲେ।

Uday Chopra Nargis Fakhri Bollywood
Advertisment
Advertisment